ଖଜୁରିପଡ଼ା,୨୪ା୧୧(ବିଦୁର ବେହେରା)କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଧୀନରେ ପାରିବାରିକ କଳହରେ ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଡ଼ାସିପଡ଼ା ପଞ୍ଚାୟତର ବଡ଼ ଭୂଇଁଦଳପଡ଼ା ଗ୍ରାମର ସ୍ବାମୀ ନିମାଇଁ ସାହାଣୀ ଓ ସ୍ତ୍ରୀ ଝିଲି ସାହାଣୀ ( ୩୦) ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ଯାହାର ପରିଣାମ ଦେଖିବାକୁ ମିଳିଛି।
ରବିବାର ରାତିରେ ସ୍ବାମୀ ସ୍ତ୍ରୀ ଗଣ୍ଡଗୋଳ ହେବାରୁ ସ୍ତ୍ରୀ ଝିଲି ବିଷାକ୍ତ ଦ୍ରବ୍ୟ ଖାଇ ଦେବାରୁ ପରିବାର ଲୋକେ ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲେ। ସୋମବାର ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଦିଅର ଟିପେଇ ସାହାଣୀ ଥାନାରେ ଏତଲା ଦେଇଛନ୍ତି। ଏନେଇ ପୋଲିସ ଏକ ଅପମୃତ୍ୟ ମାମଲା (ନଂ.୧୬/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି।


