ଉଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୬।୬- ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଶୁକ୍ରବାର ହାଇକୋର୍ଟରୁ ଜାମିନ ମିଳିଛି। ତାଙ୍କ ଆବେଦନର ଶୁଣାଣି କରି ବିଚାରପତି ସଙ୍ଗମ କୁମାର ସାହୁ ଏକ ମାସ ପାଇଁ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ତେବେ ଜାମିନ ପାଇବା ପାଇଁ ଦୀପକଙ୍କୁ ୧ କୋଟି ଟଙ୍କାର ଅର୍ଥରାଶି କୌଣସି ଏକ ଜାତୀୟ କରଣ ବ୍ୟାଙ୍କରେ ସ୍ବତନ୍ତ୍ର ଟର୍ମ ଜମା କରିବାକୁ ହେବ। ବେଲ ବଣ୍ଡ ଭାବେ ୨ କୋଟି ଟଙ୍କା ଦାଖଲ କରିବାକୁ ହେବ। ଏଥି ସହିତ ପାସ୍ପୋର୍ଟ ଦାଖଲ କରିବାକୁ ହେବ। ଏହା ପୂର୍ବରୁ ଦୀପକ ହାଇକୋର୍ଟରେ ୫ ଥର ଏବଂ ସୁପ୍ରିମକୋର୍ଟରେ ୨ ଥର ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ଆବେଦନ ଖାରଜ ହୋଇଯାଇଥିଲା।