‘ଘୋଷ୍ଟ ଅଫ୍‌ କିଭ୍‌’ ନିହତ

କିଭ୍‌, ୧।୫: ଘୋଷ୍ଟ ଅଫ୍‌ କିଭ୍‌ ନାମରେ ଜଣା ୟୁକ୍ରେନ୍‌ର ଜଣେ ସାହସୀ ଫାଇଟର ପାଇଲଟ୍‌ ରୁଷିଆ ସହ ଯୁଦ୍ଧରେ ନିହତ ହୋଇଛନ୍ତି। ଏଥିସହ ତାଙ୍କ ପରିଚୟ ମଧ୍ୟ ସାମ୍‌ନାକୁ ଆସିଛି। ଟାଇମ୍ସ ଅଫ୍‌ ଲଣ୍ଡନ ଅନୁସାରେ ଏହି ପାଇଲଟ୍‌ ଜଣକ ହେଲେ ମେଜର ଷ୍ଟିପାନ୍‌ ଟାରାବାଲ୍‌କା (୨୯) ଏବଂ ଜଣେ ସନ୍ତାନଙ୍କ ବାପା। ସେ ଏକାକୀ ୪୦ ରୁଷୀୟ ଯୁଦ୍ଧବିମାନକୁ ନଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ। ଗତମାସରେ ସେ ଏକ ମିଗ୍‌-୨୯ ବିମାନ ଯୋଗେ ରୁଷିଆ ସହ ଲଢ଼ୁଥିବାବେଳେ ବହୁସଂଖ୍ୟାରେ ଶତ୍ରୁଙ୍କୁ ସାମ୍‌ନା କରି ନ ପାରି ନିହତ ହୋଇଥିଲେ। ଏହି ପାଇଲଟ୍‌ଙ୍କ ହେଲମେଟ୍‌ ଓ ଗଗଲ୍‌ ପିନ୍ଧିଥିବାର ଫଟୋ ବେଶ୍‌ ଭାଇରାଲ ହୋଇଥିଲା। ତାଙ୍କ ହେଲ୍‌ମେଟ୍‌ ଏବଂ ଚଷମାକୁ ଲଣ୍ଡନରେ ନିଲାମ ଡକାଯିବ ବୋଲି ଜଣାପଡ଼ିଛି।

Share