ଯବାନଙ୍କ ମନୋବଳ ବଢାଉଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି: ଫଟୋ ଭାଇରାଲ

କ୍ୱିଭ,୨୪ ।୨: ରୁଷିଆ ଭଳି ଏକ ବଡ ଓ ଶକ୍ତିଶାଳୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲେ ବି ଏପର୍ଯ୍ୟନ୍ତ ମୁଣ୍ଡ ନୁଆଁଉ ନାହିଁ ୟୁକ୍ରେନ୍ । ୟୁକ୍ରେନ କହିଛି କୌଣସି ପରିସ୍ଥିତିରେ ସେ ସରେଣ୍ଡର କରିବ ନାହିଁ । ଏହି ନିଷ୍ପତ୍ତି ୟୂକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କିଙ୍କର ବୋଲି କୁହାଯାଉଛି । ଏପଟେ ନିଜ ସେନାଙ୍କ ମନୋବଳ ବଢାଇବା ସହ ସହଯୋଗ ଲାଗି ଭିନ୍ନ ଭିନ୍ନ ଦେଶଙ୍କ ସହ ସମ୍ପର୍କ କରୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଏବେ ନିଜେ ରାଷ୍ଟ୍ରପତି ଯୁଦ୍ଧ ମଇଦାନରେ ପହଞ୍ଚି ଯାଇଥିବା କୁହାଯାଉଛି । କାରଣ ଏମିତି କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଆସିଥିବା ଏହି ଫଟୋ ଗୁଡିକରରେ ୟୁକ୍ରେନ୍ ରାଷ୍ଟ୍ରପତି ଯୁଦ୍ଧ ମଇଦାନରେ ସେନାଙ୍କ ମନୋବଳ ବୃଦ୍ଧି କରୁଥିବା ଦେଖାଯାଇଛି । ସେନା ପୋଷାକରେ ସେ ଯୁଦ୍ଧ ମଇଦାନରେ ଥିବାରୁ ଆଦୌ ରାଷ୍ଟ୍ରପତି ବୋଲି ଜଣାପଡୁ ନାହାନ୍ତି ।
ସୂଚନାଯୋଗ୍ୟ, ୟୁକ୍ରେନ୍ ଉପରକୁ ରୁଷିଆର ଆକ୍ରମଣ ଘଟଣାକୁ ନେଇ ବିଶ୍ୱର ଅନେକ ଦେଶ ରୁଷିଆର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଏପଟେ ୟୁକ୍ରେନ୍ ବିଶ୍ୱର ପ୍ରଭାବଶଳୀ ନେତା ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହଯୋଗ ଲୋଡିଛି । ଭାରତ ରୁଷିଆର ଭଲ ବନ୍ଧୁ ହୋଇଥିବାରୁ ମୋହି ଏଥିରେ ସହଯୋଗ କରିବେ ବୋଲି ୟୁକ୍ରେନ୍ ଆଶ ରଖିଛି ।

Share