ଆମେ ଭୟ କରିନୁ: ୟୁକ୍ରେନ୍ ରାଷ୍ଟ୍ରପତି

କ୍ୱିଭ,୨୨ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ପରେ ଯୁଦ୍ଧ ଆଶଙ୍କା ଆହୁରି ବୃଦ୍ଧି ପାଇଛି । ଏହାପରେ ରୁଷିଆ ପକ୍ଷରୁ ୟୁକ୍ରେନ ମଧ୍ୟକୁ ସେନା ପ୍ରବେଶ କରାଯାଇଛି । ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଛି । ହେଲେ ଏହାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେନେସ୍କି କହିଛନ୍ତି ଆମେ କାହାକୁ ଭୟ କରିନାହୁଁ । ୟୁକ୍ରେନ୍ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ସୂଚନାଯୋଗ୍ୟ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ରାତିରେ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱତନ୍ତ୍ର ଶେର ମାନ୍ୟତା ଦେବା ପରେ ଏଭଳି ପରିସ୍ଥିତି ଉପୁଜିଛି ।

Share