ନାଟୋ ଜେଟ୍‌ରେ ପ୍ରଶିକ୍ଷଣ ନେଇପାରିବେ ୟୁକ୍ରେନ ପାଇଲଟ

କିଭ୍‌,୮ା୨: ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନ ଗସ୍ତ କରିଛନ୍ତି। ତାଙ୍କ ଗସ୍ତରେ ସେ ରୁଷିଆ ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ସାମରିକ ସହାୟତା ଲୋଡ଼ିଛନ୍ତି। ପାଶ୍ଚାତ୍ୟ ସାମରିକ ସମର୍ଥନରେ ଏହା ଏକ ପ୍ରତୀକାତ୍ମକ ପଦକ୍ଷେପ। ଉନ୍ନତ ନାଟୋ ଯୁଦ୍ଧବିମାନ ଉପରେ ୟୁକ୍ରେନ ପାଇଲଟମାନଙ୍କୁ ତାଲିମ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଗତ ବର୍ଷ ଫେବୃୟାରୀ ୨୪ରେ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରେ ରାଷ୍ଟ୍ରପତି ଜେଲେନସ୍କିଙ୍କର ଏହା ହେଉଛି ଦ୍ୱିତୀୟ ବିଦେଶ ଯାତ୍ରା।

ୟୁରୋପୀୟ ୟୁନିଅନର ଏକ ଶିଖର ସମ୍ମିଳନୀରେ ଜେଲେନସ୍କି ଯୋଗଦେବେ।
ୟୁଏଇର କୂଟନୀତିଜ୍ଞ କହିଛନ୍ତି, ରାଷ୍ଟ୍ରପତି ଗୁରୁବାର ବ୍ରୁସେଲ୍ସ ଯାତ୍ରା କରିବେ। ଯେଉଁଠାରେ ୟୁରୋପୀୟ ୟୁନିଅନ ଏକ ଶିଖର ସମ୍ମିଳନୀ କରୁଛି। ୟୁକ୍ରେନକୁ ସହାୟତା କରିବାରେ ବ୍ରିଟେନ ହେଉଛି ପ୍ରଥମ ଦେଶ ମଧ୍ୟରୁ ଅନ୍ୟତମ।

Share