ହଠାତ୍ ରାଜସ୍ଥାନରେ ଅବତରଣ କଲା ୟୁକ୍ରେନ ରାଷ୍ଟ୍ରପତି ସ୍ତ୍ରୀଙ୍କ ବିମାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୫।୮: ୟୁକ୍ରେନର ପ୍ରଥମ ମହିଳା ଓଲେନା ଭୋଲୋଦିମିରିଭନା ଜେଲେନସ୍କା ଓ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହାଙ୍କ ସମେତ ଏକ ଉଚ୍ଚସ୍ତରୀୟ ୟୁକ୍ରେନୀୟ ପ୍ରତିନିଧି ଦଳ ରବିବାର ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରରେ ଇନ୍ଧନ ଭର୍ତ୍ତି ପାଇଁ ଅବତରଣ କରିଥିଲେ। ଏହି ବିମାନ ଜାପାନର ଟୋକିଓ ଅଭିମୁଖେ ଯାଉଥିଲା। ୨୩ ଜଣିଆ ପ୍ରତିନିଧି ଦଳରେ ଜାତିସଂଘରେ ୟୁକ୍ରେନର ସ୍ଥାୟୀ ପ୍ରତିନିଧି ସେର୍ଗି କିସଲିତ୍ସା ଓ ଅର୍ଥନୈତିକ ମନ୍ତ୍ରୀ ଓଲେକ୍ସି ସୋବୋଲେଭ ମଧ୍ୟ ସାମିଲ ଥିଲେ।

ଭାରତର ବୈଦେଶିକ ମନ୍ତ୍ରଣାଳୟ ଅଗଷ୍ଟ ୧ରେ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟିକୁ ପ୍ରତିନିଧି ଦଳ ପାଇଁ ଆବଶ୍ୟକୀୟ ପ୍ରୋଟୋକଲ ଓ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲା। ବିମାନଟି ସକାଳ ପ୍ରାୟ ୬:୩୦ରେ ଜୟପୁରରେ ଅବତରଣ କରିଥିଲା। ପ୍ରତିନିଧି ଦଳ ବିମାନବନ୍ଦରର ଭିଆଇପି ଲାଉଞ୍ଜରେ ଅପେକ୍ଷା କରିଥିଲେ ଏବଂ ସେମାନଙ୍କୁ ଲଘୁ ଜଳଖିଆ ପରିବେଷଣ କରାଯାଇଥିଲା। ଦିଲ୍ଲୀସ୍ଥିତ ୟୁକ୍ରେନ ଦୂତାବାସର ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଜୟପୁରରେ ଉପସ୍ଥିତ ଥିଲେ।

ପ୍ରତିନିଧି ଦଳକୁ ଇମିଗ୍ରେସନ ପ୍ରକ୍ରିୟାରୁ ମୁକ୍ତ ରଖାଯାଇଥିଲା ଏବଂ ସେମାନେ ସକାଳ ୮:୧୫ରେ ଜାପାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ସଫରରେ ଇଉକ୍ରେନ ଜାପାନ ସହ ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋଚନା କରିବ ଏବଂ ରୁଷିଆ ବିରୋଧରେ କଡ଼ା ନିଷେଧାଦେଶ ଓ ଇଉକ୍ରେନର ପୁନର୍ଗଠନ ପାଇଁ ସହାୟତା ଲାଗି ଜାପାନକୁ ଅନୁରୋଧ କରିବ।

ଭାରତ-ୟୁକ୍ରେନ ସମ୍ପର୍କ ମଧ୍ୟରେ ବ୍ୟାପକ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ୧୯୯୧ ଡିସେମ୍ବରରେ ଭାରତ ୟୁକ୍ରେନକୁ ଏକ ସାର୍ବଭୌମ ଦେଶ ଭାବେ ସ୍ୱୀକୃତି ଦେଇଥିଲା ଏବଂ ୧୯୯୨ ଜାନୁଆରୀରେ କୂଟନୈତିକ ସମ୍ପର୍କ ସ୍ଥାପନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri