ରୁଷିଆ ଉପରେ ୟୁକ୍ରେନ୍‌ ଭାରୀ

କିଭ୍‌,୩ା୫: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ୬୮ ଦିନ ପୂରିଥିବାବେଳେ ଏତେ ଦିନ ଯୁଦ୍ଧ ଲମ୍ବିବା ମସ୍କୋ ପାଇଁ ଚିନ୍ତାର କାରଣ ପାଲଟିଛି। ଶକ୍ତିଶାଳୀ ରୁଷିଆ ସେନା ଆଗରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ୟୁକ୍ରେନ୍‌ ତିଷ୍ଠି ରହିବା ସେମାନଙ୍କ ଅସାଧାରଣ ସାହସକୁ ଦର୍ଶାଉଛି। ନିକଟରେ କିଭ୍‌ର ମିଶାଇଲ ମାଡ଼ରେ ରୁଷିଆ ନିଜର ଗୁରୁତ୍ୱପୂର୍ଣ୍ଣ ମୋସ୍କଭା ଯୁଦ୍ଧଜାହାଜ ହରାଇଥିବାବେଳେ ଏବେ ପୁଣି ଏହାର ଦୁଇ ପାଟ୍ରୋଲିଂ ବୋଟ୍‌ ନଷ୍ଟ ହୋଇଛି। ବେଶ ଦକ୍ଷତାର ସହ ୟୁକ୍ରେନ୍‌ ଡ୍ରୋନ୍‌ ଜରିଆରେ କୃଷ୍ଣସାଗରର ସ୍ନେକ୍‌ ଦ୍ୱୀପରେ ମୁତୟନ ଥିବା ରୁଷିଆର ଦୁଇ ରାପ୍ଟର ବୋଟ୍‌କୁ ଟାର୍ଗେଟ କରିଛି। ଏ ନେଇ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏକ ଭିଡିଓ ଟୁଇଟ୍‌ କରିଛି। ତୁର୍କୀ ନିର୍ମିତ ମିଲିଟାରୀ ଡ୍ରୋନ୍‌ ଦ୍ୱାରା ଦୁଇ ରୁଷୀୟ ରାପ୍ଟର ବୋଟ୍‌କୁ ସଫଳ ଟାର୍ଗେଟ କରାଯାଇଥିବା ୟୁକ୍ରେନ୍‌ ସଶସ୍ତ୍ର ବାହିନୀର କମାଣ୍ଡର୍‌ ଇନ୍‌ ଚିଫ୍‌ ଭାଲେରି ଜାଲୁଝୁନ୍‌ୟୀ କହିଛନ୍ତି। ରାପ୍ଟର ବୋଟ୍‌ ୩ କ୍ରିଉ ଏବଂ ୨୦ ସଦସ୍ୟଙ୍କୁ ବହନ କରିପାରେ। ସେଥିରେ ସାଧାରଣତଃ ମେଶିନ୍‌ ଗନ୍‌ ଲାଗିଥାଏ। ଅନୁସନ୍ଧାନ ଏବଂ ଲ୍ୟାଣ୍ଡିଂ ଅପରେଶନରେ ଏହି ବୋଟ୍‌ ବ୍ୟବହାର କରାଯାଏ। ନିକଟରେ ୟୁକ୍ରେନ୍‌ର ନେପ୍‌ଚ୍ୟୁନ୍‌ ମିଶାଇଲ ମାଡ଼ରେ ରୁଷିଆର ଆଣବିକ ଅସ୍ତ୍ର ପରିବହନକାରୀ ଯୁଦ୍ଧଜାହାଜ ମୋସ୍କଭା କୃଷ୍ଣସାଗରରେ ବୁଡ଼ି ଯାଇଥିଲା। ରୁଷିଆର ଧମକ ସତ୍ତ୍ୱେ ସ୍ନେକ୍‌ ଦ୍ୱୀପରେ ୟୁକ୍ରେନ୍‌ ସୈନ୍ୟ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ଏହି ଆଇଲାଣ୍ଡ କିଭ୍‌ ପ୍ରତିରୋଧର ଏକ ଚିହ୍ନ ପାଲଟିଥିଲା।
ରୁଷିଆ ନିୟନ୍ତ୍ରଣରେ ଥିବା ୟୁକ୍ରେନୀୟ ସହ ଇଜିୟମରେ କିଭ୍‌ ସୈନ୍ୟ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏଥିରେ ରୁଷୀୟ କମାଣ୍ଡର ଆଣ୍ଡ୍ରେଇ ସିମୋନୋଭ୍‌ଙ୍କ ସମେତ ୨୦୦ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ଦାବି କରିଛି। ସିମୋନୋଭ୍‌ଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ରୁଷିଆର ୯ ଟପ୍‌ କମାଣ୍ଡରଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବିଶ୍ୱସ୍ତ କୁହାଯାଉଥିବା ରୁଷିଆ ସେନା ମୁଖ୍ୟ ଜେନେରାଲ ଭାଲେରି ଗେରାସିମୋଭ୍‌ ଆହତ ହୋଇଛନ୍ତି। ଯୁଦ୍ଧରେ ବିଜୟ ଲାଭ ପାଇଁ ତାଙ୍କୁ ଖର୍କିଭରେ ନିୟୋଜିତ କରାଯାଇଥିଲା। ଏବେ ସୁଦ୍ଧା ୟୁକ୍ରେନ୍‌ର ପ୍ରତିଆକ୍ରମଣରେ ରୁଷିଆର ୨୪ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିବା କିଭ୍‌ ଦାବି କରିଛି। ଆସନ୍ତା ୯ ତାରିଖରେ ରୁଷିଆର ବିଜୟ ଦିବସ ଅବସରରେ ପୁଟିନ୍‌ ୟୁକ୍ରେନ୍‌ ଉପରେ ବିଜୟ ହାସଲ ପାଇଁ ‘ଅଲ୍‌-ଆଉଟ୍‌ ଓ୍ବାର’ ଘୋଷଣା କରିପାରନ୍ତି। ଏଥିପାଇଁ ରୁଷିଆ ୟୁକ୍ରେନ୍‌ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri