ରୁଷିଆ ଉପରେ ୟୁକ୍ରେନ୍‌ ଭାରୀ

କିଭ୍‌,୩ା୫: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ୬୮ ଦିନ ପୂରିଥିବାବେଳେ ଏତେ ଦିନ ଯୁଦ୍ଧ ଲମ୍ବିବା ମସ୍କୋ ପାଇଁ ଚିନ୍ତାର କାରଣ ପାଲଟିଛି। ଶକ୍ତିଶାଳୀ ରୁଷିଆ ସେନା ଆଗରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ୟୁକ୍ରେନ୍‌ ତିଷ୍ଠି ରହିବା ସେମାନଙ୍କ ଅସାଧାରଣ ସାହସକୁ ଦର୍ଶାଉଛି। ନିକଟରେ କିଭ୍‌ର ମିଶାଇଲ ମାଡ଼ରେ ରୁଷିଆ ନିଜର ଗୁରୁତ୍ୱପୂର୍ଣ୍ଣ ମୋସ୍କଭା ଯୁଦ୍ଧଜାହାଜ ହରାଇଥିବାବେଳେ ଏବେ ପୁଣି ଏହାର ଦୁଇ ପାଟ୍ରୋଲିଂ ବୋଟ୍‌ ନଷ୍ଟ ହୋଇଛି। ବେଶ ଦକ୍ଷତାର ସହ ୟୁକ୍ରେନ୍‌ ଡ୍ରୋନ୍‌ ଜରିଆରେ କୃଷ୍ଣସାଗରର ସ୍ନେକ୍‌ ଦ୍ୱୀପରେ ମୁତୟନ ଥିବା ରୁଷିଆର ଦୁଇ ରାପ୍ଟର ବୋଟ୍‌କୁ ଟାର୍ଗେଟ କରିଛି। ଏ ନେଇ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏକ ଭିଡିଓ ଟୁଇଟ୍‌ କରିଛି। ତୁର୍କୀ ନିର୍ମିତ ମିଲିଟାରୀ ଡ୍ରୋନ୍‌ ଦ୍ୱାରା ଦୁଇ ରୁଷୀୟ ରାପ୍ଟର ବୋଟ୍‌କୁ ସଫଳ ଟାର୍ଗେଟ କରାଯାଇଥିବା ୟୁକ୍ରେନ୍‌ ସଶସ୍ତ୍ର ବାହିନୀର କମାଣ୍ଡର୍‌ ଇନ୍‌ ଚିଫ୍‌ ଭାଲେରି ଜାଲୁଝୁନ୍‌ୟୀ କହିଛନ୍ତି। ରାପ୍ଟର ବୋଟ୍‌ ୩ କ୍ରିଉ ଏବଂ ୨୦ ସଦସ୍ୟଙ୍କୁ ବହନ କରିପାରେ। ସେଥିରେ ସାଧାରଣତଃ ମେଶିନ୍‌ ଗନ୍‌ ଲାଗିଥାଏ। ଅନୁସନ୍ଧାନ ଏବଂ ଲ୍ୟାଣ୍ଡିଂ ଅପରେଶନରେ ଏହି ବୋଟ୍‌ ବ୍ୟବହାର କରାଯାଏ। ନିକଟରେ ୟୁକ୍ରେନ୍‌ର ନେପ୍‌ଚ୍ୟୁନ୍‌ ମିଶାଇଲ ମାଡ଼ରେ ରୁଷିଆର ଆଣବିକ ଅସ୍ତ୍ର ପରିବହନକାରୀ ଯୁଦ୍ଧଜାହାଜ ମୋସ୍କଭା କୃଷ୍ଣସାଗରରେ ବୁଡ଼ି ଯାଇଥିଲା। ରୁଷିଆର ଧମକ ସତ୍ତ୍ୱେ ସ୍ନେକ୍‌ ଦ୍ୱୀପରେ ୟୁକ୍ରେନ୍‌ ସୈନ୍ୟ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ଏହି ଆଇଲାଣ୍ଡ କିଭ୍‌ ପ୍ରତିରୋଧର ଏକ ଚିହ୍ନ ପାଲଟିଥିଲା।
ରୁଷିଆ ନିୟନ୍ତ୍ରଣରେ ଥିବା ୟୁକ୍ରେନୀୟ ସହ ଇଜିୟମରେ କିଭ୍‌ ସୈନ୍ୟ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏଥିରେ ରୁଷୀୟ କମାଣ୍ଡର ଆଣ୍ଡ୍ରେଇ ସିମୋନୋଭ୍‌ଙ୍କ ସମେତ ୨୦୦ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ଦାବି କରିଛି। ସିମୋନୋଭ୍‌ଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ରୁଷିଆର ୯ ଟପ୍‌ କମାଣ୍ଡରଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବିଶ୍ୱସ୍ତ କୁହାଯାଉଥିବା ରୁଷିଆ ସେନା ମୁଖ୍ୟ ଜେନେରାଲ ଭାଲେରି ଗେରାସିମୋଭ୍‌ ଆହତ ହୋଇଛନ୍ତି। ଯୁଦ୍ଧରେ ବିଜୟ ଲାଭ ପାଇଁ ତାଙ୍କୁ ଖର୍କିଭରେ ନିୟୋଜିତ କରାଯାଇଥିଲା। ଏବେ ସୁଦ୍ଧା ୟୁକ୍ରେନ୍‌ର ପ୍ରତିଆକ୍ରମଣରେ ରୁଷିଆର ୨୪ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିବା କିଭ୍‌ ଦାବି କରିଛି। ଆସନ୍ତା ୯ ତାରିଖରେ ରୁଷିଆର ବିଜୟ ଦିବସ ଅବସରରେ ପୁଟିନ୍‌ ୟୁକ୍ରେନ୍‌ ଉପରେ ବିଜୟ ହାସଲ ପାଇଁ ‘ଅଲ୍‌-ଆଉଟ୍‌ ଓ୍ବାର’ ଘୋଷଣା କରିପାରନ୍ତି। ଏଥିପାଇଁ ରୁଷିଆ ୟୁକ୍ରେନ୍‌ ଉପରେ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri