ରୁଷିଆ ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ

କିଭ୍‌,୨ା୧: ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରାୟ ଏକ ବର୍ଷ ପୂରଣ ହେବାକୁ ଯାଉଛି। ତଥାପି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ୟୁକ୍ରେନ ରୁଷିଆ ଉପରେ ସୋମବାର ଡ୍ରୋନ୍‌ ଆକ୍ରମଣ କରିଛି। ଫଳରେ ରୁଷିଆରେ ବିଦ୍ୟୁତ ଯୋଗାଣ କ୍ଷତିଗ୍ରସ୍ତ ହୋଇଛି।

ସୋମବାର ୟୁକ୍ରେନର ରାଜ୍ୟପାଳ ଆଲେକ୍ସଜାଣ୍ଡାର୍‌ ବୋଗୋମାଜ ସୂଚନା ଦେଇ କହିଛନ୍ତି, ଆଜି ସକାଳେ ଏକ ୟୁକ୍ରେନ ଡ୍ରୋନ ଷ୍ଟ୍ରାଇକ୍‌ ହୋଇଛି। ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇ ନାହିଁ, କିନ୍ତୁ ବ୍ରାୟନସ୍କ ଅଞ୍ଚଳରେ ବିଦ୍ୟୁତ ଯୋଗାଣ କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପକ୍ଷରେ ବର୍ତ୍ତମାନ ଏହି ଆକ୍ରମଣ ସମ୍ପର୍କରେ ରୁଷିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Share