ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ କଲା ମା’କାଳୀଙ୍କ ଆପତ୍ତିଜନକ ଫଟୋ…

କିଭ୍‌,୩୦।୪ : ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଦେଇଥିବା ୟୁକ୍ରେନ ବର୍ତ୍ତମାନ ଏଭଳି କାର୍ଯ୍ୟ କରିଛି, ଯାହା ଦ୍ୱାରା ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଫଟୋ ଟୁଇଟ କରାଯାଇଛି ଯାହା ଭାରତୀୟମାନଙ୍କୁ ଆଘାତ ଦେଇଛି। ମା କାଳୀଙ୍କ ଏକ ଆପତ୍ତିଜନକ ଫଟୋ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଶେୟାର କରାଯାଇଛି। ଭାରତର ଟୂଇଟର ବ୍ୟବହାରକାରୀ ଏହାକୁ ଅପମାନଜନକ ଏବଂ ’ହିନ୍ଦୁଫୋବିକ’ ବୋଲି କହୁଛନ୍ତି। ଏଥିସହ ସେ ବହିବ୍ୟାପାର କ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଏଥିପାଇଁ ପଦକ୍ଷେପ କରିବାକୁ ଦାବି କରାଯାଇଛି।

ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ଆଟ ଦ ରେଟ ଡିଫେନ୍ସ ୟୁ (@DefenceU )ଦ୍ୱାରା ଏପ୍ରିଲ ୩୦ରେ ଟୁଇଟ ହୋଇଥିବା ଫଟୋକୁ ‘ୱାର୍କ ଅଫ ଆର୍ଟ’ କ୍ୟାପସନ ସହ ଶେୟାର କରାଯାଇଛି। ଏହି ଫଟୋରେ ମା କାଳୀ ହଲିଉଡ ଅଭିନେତ୍ରୀ ମାରିଲିନ ମୋନେରୋଙ୍କ ପରି ପ୍ରଦର୍ଶିତ ହୋଇଛନ୍ତି । ବିସ୍ଫୋରଣରୁ ଧୂଆଁରେ ମାରିଲିନ ମୋନେରୋଙ୍କ ପରି ମା କାଳୀଙ୍କ ଚେହେରା ଦୃଶ୍ୟମାନ ହେଉଛି । ତାଙ୍କ ଜିଭ ବାହାରେ ଏବଂ ତାଙ୍କ ବେକରେ ଖପୁରୀର ଏକ ମାଳ ଅଛି। ଏହି ଫଟୋ ଭାରତୀମାନଙ୍କୁ ଆଘାତ ଦେଇଛି।

Share