ବିଗୁଡୁଛି ସ୍ଥିତି, ସଡ଼କ ଉପରେ ଏଣେତେଣେ ପଡିଛି ମୃତଦେହ

ମୈରିୟୁପୋଲ,୧୨ ।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ୧୬ ଦିନ ପୂରଣ ହୋଇଥିବା ବେଳେ ସ୍ଥିତି କିନ୍ତୁ ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ରୁଷିଆ ସେନା ଲଗାତାର ବୋମା ମାଡ କରିବା ସହ ମିଶାଇଲ ମାଡ ବି କରି ଚାଲିଛନ୍ତି । ମୈରିୟୁପୋଲରେ ଏବେ ସ୍ଥିତି ସବୁଠାରୁ ଖରାପ ହୋଇଥିବା ଜଣାପଡିଛି । ଏଠାରେ ୟୁକ୍ରେନ୍ ସେନାଙ୍କ ସହ ଅଧିକାଂଶ ସାଧାରଣ ନାଗରିକଙ୍କର ବି ମୃତ୍ୟୁ ହେଲାଣି । ମୃତକଙ୍କର ସାମୁହିକ କବର ମୈରିୟୁପୋଲର ଏକ ପୁରୁଣା କବରସ୍ଥାନରେ କରାଯାଉଥିବା ବେଳେ ବି ମୃତ୍ୟୁ ଉପରେ ଯେମିତି ଲଗାମ ଲଗାଯାଇ ପାରୁନାହିଁ । ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ଏଠାରେ ଡଜନ ଡଜନ ମୃତଦେହକୁ କବର ଦିଆଯାଉଥିବା ବେଳେ ଏବେବି ସଡ଼କ ଉପରେ ଏଣେତେଣେ ମୃତଦେହ ସବୁ ପଡିଥିବା ଦେଖାଯାଉଛି ଯାହା ଅତ୍ୟନ୍ତ ହୃଦୟ ବିଦାରକ ।

Share