ରୁଷିଆ ନୌସେନା ବେସରେ ୟୁକ୍ରେନ୍‌ର ଆକ୍ରମଣ…

ମସ୍କୋ/କ୍ୱିଭ୍‌,୩୦।୧୦ : ରୁଷିଆ ଦ୍ୱାରା ୟୁକ୍ରେନ ଉପରେ ଚାଲିଥିବା ଇରାନ ଡ୍ରୋନ ଆକ୍ରମଣର ପାଲଟା ଜବାବ ମିଳିଛି। ଘାତକ ୟୁକ୍ରେନ ଡ୍ରୋନ ବିମାନ କ୍ରମିୟାର ସେଭାଷ୍ଟୋପୋଲ ଉପକୂଳରେ ଥିବା ଏକ ରୁଷିଆ ନୌସେନା ବେସକୁ ଟାର୍ଗେଟ କରିଛି। ତେବେ ରୁଷିଆ ୟୁକ୍ରେନର ଏହି ଆକ୍ରମଣ ଦାବିକୁ ଖଣ୍ଡନ କରିଛି। କିନ୍ତୁ ସୋସିଆଲ ମିଡିଆର ଭାଇରାଲ ଭିଡିଓରେ ରୁଷିଆର ନୌସେନା ବେସରେ ବିସ୍ଫୋରଣ ଘଟିଥିବାର ଦେଖିବାକୁ ମିଳୁଛି।

ଏହି ବିସ୍ଫୋରଣରେରୁଷିଆର ବହୁ କ୍ଷତି ହୋଇଥିବା ଜଣାପଡିଛି। ଅପରପକ୍ଷରେ, ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଉପରେ ଲଗାତାର ରୁଷିଆର ଆକ୍ରମଣ ଯୋଗୁ ୟୁକ୍ରେନର ୪୦ ଲକ୍ଷରୁ ଅଧିକ ଘର ଅନ୍ଧାର ହୋଇପଡ଼ିଛି। ୟୁକ୍ରେନ ଦାବି କରିଛି ଯେ ଏହାର ସୌନ୍ୟବାହିନୀରୁଷିଆର କୃଷ୍ଣ ସାଗରରେ ଥିବା ସେଭାଷ୍ଟୋପୋଲ ନୌସେନା ବେସରେ ଲୁଚାଇ ରଖାଯାଇଥିବା ଏକ ଯୁଦ୍ଧ ଜାହାଜକୁ ଧ୍ୱଂସ କରିଛି। ସକାଳେ ଘଟିଥିବା ଘଟଣା ପରେ ଉଦ୍ଧାରକାରୀମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ କରୁଥିବା ଦେଖାଯାଇଥିଲା।

Share