ଜବାବ ଦେବ ୟୁକ୍ରେନ୍‌

କିଭ୍‌, ୩ା୧୦: ମସ୍କୋର ରେଡ୍‌ ସ୍କୋୟାରରେ ବିଜୟ ବ୍ୟାନର ଲଗାଇଥିଲା ରୁଷିଆ। ଏଥିରେ ଲେଖାଥିଲା ଡୋନେସ୍କ, ଲୁହାନ୍‌ସ୍କ, ଜାପୋରିଝିଆ, ଖେରସୋନ୍‌, ରୁଷିଆ! ସବୁଦିନ ପାଇଁ ଏକାଠି ହେଲେ। ଗତ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ର ଏହି ୪ ଅଞ୍ଚଳକୁ ଗଣଭୋଟ ପରେ ମସ୍କୋ ସହ ମିଶାଯାଇଥିବା ଘୋଷଣା କଲେ। ହେଲେ ପୁଟିନ୍‌ଙ୍କ ଏହି ଘୋଷଣାର ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ ଡୋନେସ୍କର ଏକ ପ୍ରମୁଖ ସହର ଲାଇମେନ୍‌ରୁ ରୁଷିଆ ସୈନ୍ୟଙ୍କୁ ଫେରିଯିବାକୁ ବାଧ୍ୟ କରିଛି। ଏହାସହ ଏହି ସହରକୁ ମସ୍କୋ କବଳରୁ ମୁକ୍ତ କରି ନିଜ ସମସ୍ତ ଅଞ୍ଚଳକୁ ସ୍ବାଧୀନ କରିବାକୁ କିଭ୍‌ ପ୍ରତିଆକ୍ରମଣର ଯୋଜନା ପ୍ରସ୍ତୁତ କରିଛି। ଫଳରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଯୁଦ୍ଧ ଶେଷ ହେବା ବଦଳରେ ଏବେ ନୂଆ ରୂପ ନେଇଛି।

ୟୁକ୍ରେନ୍‌ର ସହର ଲାଇମେନ୍‌କୁ ରୁଷିଆ ପରିବହନ ଏବଂ ଲଜିଷ୍ଟିକ୍ସ ହବ୍‌ ଭାବେ ବ୍ୟବହାର କରୁଥିଲା। ଏବେ ତାହାକୁ କିଭ୍‌ ମୁକ୍ତ କରିବା ପରେ କ୍ରେମଲିନ୍‌ ଉପରେ ଚାପ ବଢ଼ିଛି। ଏଥିସହ ୟୁକ୍ରେନ୍‌ ନାଟୋ ସଦସ୍ୟତା ପାଇଁ ପୁଣି ଦାବି ଉଠାଯାଇଛି। ଏଥିଯୋଗୁ ରୁଷିଆ ୟୁକ୍ରେନ୍‌ ଉପରେ ଆଣବିକ ଆକ୍ରମଣ ଭୟ ବଢ଼ିଥିବାବେଳେ ମଧ୍ୟ ଏବଂ ପୂର୍ବ ୟୁରୋପୀୟ ନାଟୋ ଦେଶକୁ ମଧ୍ୟ ମସ୍କୋ ଟାର୍ଗେଟ କରିପାରେ ବୋଲି ଆଶଙ୍କା ଉପୁଜିଛି। ଅନ୍ୟପକ୍ଷେ ଆମେରିକା ୟୁକ୍ରେନ୍‌କୁ ଅଧିକ ସାମରିକ ସହାୟତା ଦେବାକୁ ଘୋଷଣା କରିଛି।

ରୁଷିଆ ଆମକୁ ଡରାଇପାରିବ ନାହିଁ ବୋଲି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିବା ସହ ବେଆଇନ ଭାବେ ୟୁକ୍ରେନ୍‌ ଅଞ୍ଚଳ ଦଖଲର ଭୟଙ୍କର ପରିଣାମ ଭୋଗିବ ବୋଲି ଚେତାବନୀ ଦେଇଥିଲେ। ଆମେରିକା କଂଗ୍ରେସ ୟୁକ୍ରେନ୍‌କୁ ୧୨.୩ ବିଲିୟନ ଡଲାରର ସାମରିକ ସହାୟତା ବିଲ୍‌କୁ ମଞ୍ଜୁରୀ ଦେଇଛି। ଏଥିରେ ହିମାର୍ସ ମଲ୍ଟିପଲ ରକେଟ ସିଷ୍ଟମ୍‌ ସହ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ସେହିପରି ଜର୍ମାନୀ, ନରଓ୍ବେ, ଡେନ୍‌ମାର୍କ ମଧ୍ୟ ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ଦେବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରହୁଥିବା ସହର କ୍ରିଭି ରିହ୍‌ରେ ରୁଷିଆ ସୁଇସାଇଡ୍‌ ଡ୍ରୋନ୍‌ରେ ଆକ୍ରମଣ କରିଛି। ଏଥିରେ ଏକ ସ୍କୁଲ ଘର ନଷ୍ଟ ହୋଇଯାଇଛି। ମସ୍କୋ ଇରାନୀୟ ଡ୍ରୋନ୍‌ ବ୍ୟବହାର କରି ଆକ୍ରମଣ କରୁଥିବା କିଭ୍‌ କହିଛି। ସେଥିମଧ୍ୟରୁ ୫ଟିକୁ ୟୁକ୍ରେନ୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ନଷ୍ଟ କରିଦେଇଥିବାବେଳେ ୨ଟି ଖସି ପଳାଇବାରେ ସକ୍ଷମ ହୋଇଥିବା ୟୁକ୍ରେନ୍‌ ସେନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri