ମ୍ୟାଡ୍ରିଡରେ ୟୁକ୍ରେନ୍ ଦୂତାବାସ ବାହାରେ ବିସ୍ଫୋରଣ, ଜଣେ ଆହତ, ୟୁକ୍ରେନ କହିଲା ଦୂତାବାସର ସୁରକ୍ଷା ବଢାଇବେ

ମ୍ୟାଡ୍ରିଡ,୩ ।୧୨: ସ୍ପେନର ମ୍ୟାଡ୍ରିଡରେ ଥିବା ୟୁକ୍ରେନର ଦୂତାବାସ ବାହାରେ ବୁଧବାର ଏକ ବିସ୍ଫାରଣ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଯେତେବେଳେ ଦୂତାବାସର କର୍ମଚାରୀ ସେଠାରେ ରଖାଯାଇଥିବା ପତ୍ରଗୁଡିକ ଠିକ ଭାବେ ରଖୁଥିଲେ ସେତେବେଳେ ଏହି ବିସ୍ଫୋରଣ ହୋଇଥିଲା । ସେହି ସମୟରେ ଏମାନଙ୍କ ହାତରେ ଏକ ପତ୍ର ଲାଗିଥିଲା । ଏହା ଖୁବ ଓଜନିଆ ଥିଲା । ତେବେ ସେମାନେ ଏହାକୁ ହଲାଇବାରୁ ଏଥିରେ ବିସ୍ଫୋରଣ ହେଲା । ଯଦିଓ ଏହି ବିସ୍ଫୋରଣରେ କର୍ମଚାରୀଙ୍କ ଜୀବନ ବଞ୍ଚି ଯାଇଥିଲା ହେଲେ ତାଙ୍କ ହାତ ଓ ଶରୀରର ଆଉ କିଛି ଅଂଶରେ ଆଘାତ ଲାଗିଥିବା କୁହାଯାଉଛି । ସେ ଗୁରୁତର ଆହତ ହୋଇଥିଲେ ବି ଚିକିତ୍ସା ପାଇଁ ନିଜେ ହସ୍ପିଟାଲରେ ପହଞ୍ଚିଥିଲେ । ଏହି ଘଟଣା ପରେ ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟର ମନ୍ତ୍ରୀ ଦିମିତ୍ରୋ କୁଲେବା ସମସ୍ତ ୟୁକ୍ରେନ ଦୂତାବାସର ସୁରକ୍ଷା କଡା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share