ରୁଷିଆ ସେନାଙ୍କ ସହ ଲଢୁଛନ୍ତି ୟୁକ୍ରେନ୍ ଫିଲ୍ମ ନିର୍ମାତା

କ୍ୱିଭ୍‌,୨୩ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ମାସେ ପୁରଣ ହେବାକୁ ଯାଉଛି । ଏହାରି ଭିତରେ ରୁଷିଆ ସେନା ୟୁକ୍ରେନର ବଡ ବଡ ସହରକୁ ଧ୍ୱଂସ ସ୍ତୁପରେ ପରିଣତ କରିବା ସହ ଲଗାତାର ଆକ୍ରମଣ ଜାରି ରଖିଛି । ତେବେ ଦେଶର ରକ୍ଷା କରିବାକୁ ସବୁ ବର୍ଗର ଲୋକେ ଆଗେଇ ଆସୁଥିବା ଦେଖାଯାଇଛି । ଏଥିରେ ସାମିଲ ହୋଇଛନ୍ତି ଜଣେ ଫିଲ୍ମ ନିର୍ମାତା । ସେ କହିଛନ୍ତି କ୍ୟାମେରା ପଛରେ ରହି ଫିଲ୍ମର କଳ୍ପନା କରିବା କାମ ଏହି ଯୁଦ୍ଧ ନୁହେଁ । ଫିଲ୍ମ ନିର୍ମାତା ଓଲେଗ ସେଂତସୋବ କ୍ରିମିୟା ଉପରେ ଅଧିକାରକୁ ବିରୋଧ କରି ରୁଷିଆ ଜେଲରେ ୫ ବର୍ଷ ବିତାଇ ସାରିଛନ୍ତି । ଏବେ ସେ ପ୍ରତିଶୋଧର ଲଢେଇରେ ଫ୍ରଣ୍ଟଲାଇନରେ ସାମିଲ ହୋଇଛନ୍ତି । ୟୁରୋପୀୟ ସଂଘର ସଖାରୋବ ଅଧିକାର ପୁରସ୍କାର ବିଜେତା ରୁଷିଆ ଆକ୍ରମଣ ବିରୋଧରେ ଲଢିବାକୁ ଏକ କ୍ଷେତ୍ରୀୟ ପ୍ରତିରକ୍ଷା ସ୍ୱୟଂସେବକ ଭାବେ ସାମିଲ ହୋଇଛନ୍ତି । ଏହା ୟୁକ୍ରେନ୍ ସଶସ୍ତ୍ରବଳର ଏକ ଅଂଶ । ଫିଲ୍ମ ମେକର କହିଛନ୍ତି ଏହି ଲଢେଇ ସେମିତି ନୁହେଁ ଯେମିତି ଫିଲ୍ମର କଳ୍ପନା କରାଯାଇଥାଏ । ଏଠାରେ ଅଧିକାଂଶ ସମୟ ତୋପଖାନାରେ ଦେବାକୁ ପଡିଥାଏ । ଫ୍ରଣ୍ଟଲାଇନରେ ଲଢିବା ଅର୍ଥ ଶତ୍ରୁଙ୍କୁ କଡା ଜବାବ ଦେବା, ନୁହେଁ କି ଗୁଲି ଖାଇ ମରିବା ।

Share