ସମଗ୍ର ବିଶ୍ୱ ପାଇଁ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବା ଉଚିତ: ଆଣ୍ଟୋନିଓ ଗୁଟେରସ

ୱାଶିଂଟନ,୬ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧ ୨ ମାସରୁ ଅଧିକ ସମୟ ହେଲା ଜାରି ରହିଛି । ଏହାରି ଭିତରେ ରୁଷିଆ ୟୁକ୍ରେନର ପ୍ରାୟ ସମସ୍ତ ବଡ ବଡ ସହରକୁ ନଷ୍ଟ କରି ସାରିଛି । ୭୨ ଦିନ ହେବ ଚାଲିଥିବା ଏହି ଯୁଦ୍ଧରେ ଉଭୟ ଦେଶର ନାନା କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଯୁଦ୍ଧ ଶେଷ କରିବାକୁ କେହି ପ୍ରସ୍ତୁତ ନୁହେଁ । ଇତିମଧ୍ୟରେ ଗୁରୁବାର ଅର୍ଥାତ୍ ମେ’ ୫ରେ ମିଳିତ ଜାତିସଂଘ ଓ କିଛି ଦେଶ ୟୁକ୍ରେନରେ ଲାଗି ରହିଥିବା ଯୁଦ୍ଧକୁ ଶେଷ କରିବାକୁ ଆହ୍ୱାନ ଦେଇଛନ୍ତି । ଆମେରିକା ଦ୍ୱାରା ଆୟୋଜିତ ସୁରକ୍ଷା ପରିଷଦ ବୈଠକରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏହାର ଆଞ୍ଚଳିକ ଅଖଣ୍ଡତା ଏବଂ ମିଳିତ ଜାତିସଂଘର ଚାର୍ଟରର ଉଲ୍ଲଂଘନ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ସମଗ୍ର ବିଶ୍ୱ ପାଇଁ ରୁଷିଆ-ୟୁକ୍ରେନ ଏହି ଯୁଦ୍ଧ ଶେଷ କରିବା ଆବଶ୍ୟକ ।

Share