Categories: ଜାତୀୟ

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଡ୍‌ଭାଇଜରି ଜାରି କଲା ଭାରତ

ନୂଆଦିଲ୍ଲୀ,୧୦।୧୦: ଜରୁରୀ ଆବଶ୍ୟକତା ନ ଥିଲେ କୌଣସି ବ୍ୟକ୍ତି ୟୁକ୍ରେନ ଯାଆନ୍ତୁ ନାହିଁ ବୋଲି ସୋମବାର ଭାରତ ପକ୍ଷରୁ ଏକ ଆଡ୍‌ଭାଇଜରି ଜାରି କରାଯାଇଛି। ଅନ୍ୟପଟେ ୟୁକ୍ରେନରେ ଥିବା ଭାରତୀୟମାନେ ସ୍ଥାନୀୟ ପ୍ରଶାସନର ସେଫ୍‌ଟି ସିକ୍ୟୁରିଟି ଗାଇଡ୍‌ ଲାଇନ୍‌ ମାନି ଚଳିବା ପାଇଁ ଏଥିରେ ଉଲ୍ଲେଖ ରହିଛି। ସୋମବାର ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଅନ୍ୟ ସହର ଉପରେ ରୁଷିଆ ଏକାଧିକ ମିଶାଇଲ୍‌ ମାଡ଼ କରିଛି। ଏପରି ସ୍ଥିତିରେ ଭାରତୀୟଙ୍କ ସୁରକ୍ଷା ଦୃଷ୍ଟିରୁ କିଭ୍‌ରେ ଥିବା ଭାରତୀୟ ଦୂତାବାସରୁ ଏହି ଆଡ୍‌ଭାଇଜରି ଜାରି କରାଯାଇଛି। ୟୁକ୍ରେନରେ ଥିବା ଭାରତୀୟ ନିଜ ସମ୍ପର୍କରେ ସମସ୍ତ ତଥ୍ୟ ଦୂତାବାସକୁ ଜଣାଇବା ଜରୁରୀ। ଏହାଦ୍ୱାରା ଆବଶ୍ୟକସ୍ଥଳେ ଦୂତାବାସ କର୍ତ୍ତୃପକ୍ଷ ସେମାନଙ୍କ ସହଯୋଗ କରିପାରିବେ।

Share