ରୁଷିଆ ସେନାର ଗୁଳିମାଡରେ ଆମେରିକା ଖବରଦାତାଙ୍କ ଜୀବନ ଗଲା

କ୍ୱିଭ୍‌,୧୩।୩: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି। କ୍ୱିଭ୍‌କୁ ଦଖଲ କରିବା ପାଇଁ ଲାଗି ପଡିଛି ରୁଷିଆ, ସେପଟେ ୟୁକ୍ରେନ୍‌ ମଧ୍ୟ ପଛଘୁଞ୍ଚା ଦେଉ ନାହିଁ। ରବିବାର ୟୁକ୍ରେନର ରାଜଧାନୀ କ୍ୱିଭରେ ନ୍ୟୁୟର୍କ ଟାଇମ୍ସର ଜଣେ ଖବରଦାତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରପିନ ନିକଟରେ ଏକ କାର ଉପରକୁ ରୁଷିଆ ସେନାବାହିନୀ ଗୁଳିବର୍ଷଣ କରିଥିଲେ। ଏଥିରେ ଥିବା ଭିଡିଓ ଖବରଦାତା ବ୍ରାଣ୍ଡଟ ରେନାଡ (୫୧)ଙ୍କ ମୃତ୍ୟୁ ହୋଇଥିବାବେେଳେ ଅନ୍ୟ ଜଣେ ସାମ୍ବାଦିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ, କ୍ୱିଭ୍‌କୁ ତିନି ପଟୁ ଘେରି ରହି ରୁଷିଆ ସେନା ରକେଟ ମାଡ କରୁଛନ୍ତି। ରକେଟ ମାଡ କରି ଏବେ ୟୁକ୍ରେନ୍‌ରେ ଏୟାର ବେସ୍କୁ ଉଡାଇ ଦେଇଥିବା ନେଇ ରୁଷିଆ ଦାବି କରିଛି।

Share