ଖେରସାନ ସହରକୁ କବଜା କଲା ରୁଷିଆ

କ୍ୱିଭ,୩ ।୩: ଲଗାତାର ଅଷ୍ଟମ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ବେଳକୁ ବେଳ ରୁଷିଆ ୟୁକ୍ରେନର ବଡ ବଡ ସହରକୁ ଟାର୍ଗେଟ କରୁଥିବା ବେଳେ ଭାରତୀୟ ସମୟ ଅନୁସାରେ ଗୁରୁବାର ସକାଳୁ ରୁଷିଆ ୟୁକ୍ରେନର ଖେରସାନ ସହର କବଜା କରିଥିବା ଜଣାପଡିଛି । ଲଗାତର ବିମାନ ଆକ୍ରମଣ, ମିଶାଇଲ ଆକ୍ରମଣ ପରେ ଥରି ଉଠିଥିବା ଖେରସାନ ସହର ଏବେ ରୁଷିଆ କବଜାରେ ବୋଲି ରୁଷିଆ ଦାବି କରିଛି । ହେଲେ ୟୁକ୍ରେନ ଏହାକୁ ପ୍ରଥମେ ଖଣ୍ଡନ କରୁଥିବା ବେଳେ ଏବେ ୟୁକ୍ରେନ୍ ସ୍ୱୀକାର କରିଛି କି ଖେରସାନ ସହର ଏବେ ରୁଷିଆ ବଜାରେ ।

Share