ରାଜଧାନୀ କ୍ୱିଭ୍‌ରେ ପଶିଲା ରୁଷିଆ ସେନା

କ୍ୱିଭ୍‌,୨୫।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷିଆର ଘନଘନ ଆକ୍ରମଣ କରୁଥିବାର ରାଜଧାନୀ କ୍ୱିଭ୍‌ରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ତେବେ ଶୁକ୍ରବାର ଅପରାହ୍ନରେ ରୁଷିଆ ସେନା କ୍ୱିଭ୍‌ରେ ପଶିଛି। ରୁଷିଆ ସେନା ଆଜି ୬ ଥର ମିଶାଇଲ୍‌ ଆକ୍ରମଣ କରିଛି। ମିସାଇଲ ମାଡରେ ପୂରା ରାଜଧାନୀ ଥରିବାରେ ଲାଗିଛି।
ରୁଷିଆ ପୁଣି ଥରେ ୟୁକ୍ରେନ ସୈନିକମାନଙ୍କୁ ଅସ୍ତ୍ରଶସ୍ତ୍ର ଛାଡିବାକୁ ଚେତାବନୀ ଦେଇଛି। ତେବେ ୟୁକ୍ରେନ ଆତ୍ମସମର୍ପଣ କରିବାକୁ ମନା କରିଦେଇଛି। ଏହା ପରେ ରୁଷିଆ ରାଜଧାନୀ କ୍ୱିଭ୍‌ ଉପରେ ଏୟାର ଷ୍ଟ୍ରାଇକ କରିଛି। ତେବେ ସୀମାରେ ରୁଷିଆ ପ୍ରାୟ ୨ ଲକ୍ଷ ସୈନ୍ୟକୁ ଏକାଠି କରିଥିବା ବେଳେ ୟୁକ୍ରେନ ନିଜର ସୁରକ୍ଷା ପାଇଁ ମାତ୍ର ୬୦ ହଜାର ସୈନ୍ୟଙ୍କୁ ଠୁଳ କରିଛି। ଫଳରେ ରୁଷ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରି ପୂରା ୟୁକ୍ରେନକୁ ଦଖଲ କରି ନେବାର ଆଶଙ୍କା ପ୍ରକାଶ ପାଇଛି।

Share