ରୁଷିଆ ଆକ୍ରମଣ ଉପରେ ୟୁକ୍ରେନର ଜବାବ, ବଙ୍କରରେ ଗିଟାର ବଜାଉଥିବା ୟୁକ୍ରେନ ସେନାଙ୍କ ଭିଡିଓ ଭାଇରାଲ

କ୍ୱିଭ,୨ ।୧: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୩୦୦ରୁ ଅଧିକ ଦିନ ହୋଇଗଲାଣି । ଏଥିରେ ନା ୟୁକ୍ରେନ୍ ନା ରୁଷିଆ କେହି ମୁଣ୍ଡ ନଇଁବାକୁ ରାଜି ନୁହେଁ । ବିସ୍ଫୋରଣ ଓ ସାଇରନର ଶବ୍ଦ ଏବେ ଏଠାରେ ନିତିଦିନିଆ ଘଟଣା ହୋଇଗଲାଣି । ଏହାରି ଭିତରେ ବି ୟୁକ୍ରେନବାସୀ ବାଣ ଫୁଟାଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି । ରାଜଧାନୀ କ୍ୱିଭରେ ପୋଲିସ କଙ୍କରରେ ବସି ଗିଟାର ବାଉଥିବା ସେନାଙ୍କର ଫଟୋ ଓ ଭିଡିଓ ଟୁଇଟ କରି କହିଛି ଏହା ରୁଷିଆ ମିଶାଇଲକୁ ଆମର ଜବାବ ।

Share