ରୁଷିଆ କବଜାରୁ ଆଉ ତିନି ଅଞ୍ଚଳକୁ ଛଡାଇ ନେଲା ୟୁକ୍ରେନ୍‌

କ୍ୱିଭ,୭ ।୧୦: ବାଧ୍ୟତାମୂଳକ ସାମରିକ ସେବାକୁ ଭୟ କରି ଦେଶ ଛାଡି ପଳାଇଥିବା ଦାବି କରୁଥିବା ୨ ରୁଷିଆ ନାଗରିକ ବେରିଙ୍ଗ ସାଗରରେ ଥିବା ଏକ ସୁଦୂର ଆଲାସ୍କା ଦ୍ୱୀପରେ ପହଞ୍ଚିବା ପରେ ଆମେରିକାରେ ଶରଣ ନେଇଛନ୍ତି । ସିନେଟର ଲିସା ମୁର୍କୋଭସ୍କିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ମୁର୍କୋଭସ୍କିଙ୍କ ପ୍ରବକ୍ତା କୈରିନା ବୋର୍ଗର ଇମେଲ ଜରିଆରେ କହିଛନ୍ତି, ତାଙ୍କ କାର୍ଯ୍ୟାଳୟ ଆମେରିକାର ତଟରକ୍ଷୀ ବାହିନୀ ଓ ସୀମା ଶୁଳ୍କ ଏବଂ ସୀମା ସୁରକ୍ଷା ବିଭାଗ ସହିତ ଯୋଗାଯୋଗରେ ରହିଛି ଏବଂ ରୁଷିଆର ନାଗରିକମାନେ ସେମାନଙ୍କୁ କହିଛନ୍ତି ବାଧ୍ୟତାମୂଳକ ସାମରିକ ସେବାକୁ ଏଡାଇବାକୁ ସେମାନେ ସେଠାରୁ ପଳାୟନ କରିଛନ୍ତି । ତଟରକ୍ଷକ ଓ କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବିଭାଗର ପ୍ରବକ୍ତାମାନେ କହିଛନ୍ତି ଏହା ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗର ମାମଲା । ହେଲେ ଗୁରୁବାର ବିଭାଗ ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଅନ୍ୟପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯେଉଁ ୪ଟି ୟୁକ୍ରେନ୍ ଅଞ୍ଚଳକୁ ୟରୋପରେ ସବୁଠାରୁ ବଡ ବିଲୟ ଭାବେ ନିଜ ଦେଶରେ ସାମିଲ କରିଥିଲେ ସେଥିମଧ୍ୟରୁ ଗୋଟିଏ ଖେରସାନରେ ୟୁକ୍ରେନ୍ ୩ ସହରକୁ ନିୟନ୍ତ୍ରଣକୁ ନେଇ ଯାଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି କହିଛନ୍ତି, ଖେରସାନର ଉତ୍ତର-ପୂର୍ବରେ ଥିବା ନୋଭୋଭୋସ୍କ୍ରିସେନ୍ସକେ, ନୋଭଗ୍ରେଗୋରିଭକା ଓ ପେତ୍ରୋପେବଲିଭକାକୁ ରୁଷିଆ କବଳରୁ ମୁକ୍ତ କରାଯାଇଛି । ଏପଟେ ପୁଣିଥରେ ଯୁଦ୍ଧକୁ ଫେରିବାକୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ବଢାଇ ଦେଇଛି ।

Share