ମୁଁ କ୍ୱିଭ୍‌ରେ ଅଛି, ୟୁକ୍ରେନର ସୁରକ୍ଷା କରୁଛି: ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୨୬ ।୨: ସଙ୍କଟରେ ୟୁକ୍ରେନ । ରୁଷିଆର ଲଗାତାର ଆକ୍ରମଣରେ ବି ହାର ମାନି ନାହିଁ ୟୁକ୍ରେନ । ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭକୁ ପ୍ରବେଶ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜ ଦେଶରେ ହିଁ ଅଛନ୍ତି । ଶୁକ୍ରବାର ସେ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ରାତିରେ ସେ ନିଜର ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଏହିଠାରେ ରହିଛି, କ୍ୱିଭରେ ଅଛି, ଆମେ ୟୁକ୍ରେନର ସୁରକ୍ଷା କରୁଛୁ । ଏହା ପୂର୍ବରୁ ଅନ୍ୟ ଏକ ଭିଡିଓ ଜାରି କରି ୟୁକ୍ରେନ ରାଷ୍ଟ୍ରପତି କହିଥିଲେ, ମୁଁ ୟୁକ୍ରେନରେ ରହିଛି, ମୋ ପରିବାର ୟୁକ୍ରେନରେ ରହିଛନ୍ତି, ମୋ ପିଲା ୟୁକ୍ରେନରେ ରହିଛନ୍ତି, ସେମାନେ ଦେଶଦ୍ରୋହୀ ନୁହଁନ୍ତି । ଆମେ ୟୁକ୍ରେନର ନାଗରିକ । ଆମକୁ ସୂଚନା ମିଳିଛି କି ରୁଷିଆର ପ୍ରଥମ ଟାର୍ଗେଟ ମୁଁ ହୋଇଥିବା ବେଳେ ଦ୍ୱିତୀୟ ଟାର୍ଗେଟ ହେଉଛନ୍ତି ମୋ ପରିବାର ।
ସୂଚନାଯୋଗ୍ୟ, ୟୁକ୍ରେନର ସୁରକ୍ଷା ପାଇଁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବିଭିନ୍ନ ଦେଶରୁ ସମସର୍ଥନ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି । ଏହାରି ଭିତରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ବି ହୋଇଛନ୍ତି ।

Share