ଡୋନବାସରେ ୟୁକ୍ରେନର ୧୦୦ ସେନା ମୃତ, ୬ ଗାଡି ନଷ୍ଟ

କ୍ୱିଭ,୧୫ ।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରିନାହିଁ । ଇତିମଧ୍ୟରେ ୟୁକ୍ରେନ୍ ଦାବି କରିଛି ଯେ ଡୋନବାସରେ ରୁଷିଆ ସେନା ଆକ୍ରମଣ କରିବା ସମୟରେ ୟୁକ୍ରେନ୍ ସେନା ଏହାର ଜବାବ ଦେବାକୁ ଯାଇ ରୁଷିଆର ୧୦୦ ସେନାଙ୍କୁ ନିହତ କରିବା ସହ ୬ଟି ଗାଡିକୁ ନଷ୍ଟ କରି ଦେଇଛି । ୟୁକ୍ରେନ୍ ମିଡିଆ ଦ କ୍ୱିଭ୍ ଇଣ୍ଡିପେଣ୍ଡେଣ୍ଟ ଏହି ରିପୋର୍ଟ ଦେଇଛି । ଅନ୍ୟପଟେ ରିପୋର୍ଟରେ ଦର୍ଶାଯାଇଛି କି ରୁଷିଆ ଡୋନେଟସ୍କ ଓବ୍ଲାଷ୍ଟରେ ୟୁକ୍ରେନ ସୁରକ୍ଷାକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ବିଫଳ ହୋଇଛି ।
ଏପଟେ ରୁଷିଆ ଦାବି କରିଛି ଯେ ୟୁକ୍ରେନ୍ ସେନା ଡୋନେଟସ୍କର ଆବାସିକ ପରିସରରେ ମିଶାଇଲ ଆକ୍ରମଣ କରିବାରୁ ୨୦ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି ଓ ୨୮ ଆହତ ହୋଇଛନ୍ତି । ରୁଷିଆ ବୈଦେଶିକ ମନ୍ତ୍ରଣାଳୟ କହିଛି, ୧୪ ମାର୍ଚ୍ଚରେ ୟୁକ୍ରେନ୍ ସେନା ଡୋନେଟସ୍କ ଅଞ୍ଚଳରେ ଏକ ଆବାସିକ ପରିସରରେ ଟୋଚକା-ୟୁ ମିଶାଇଲ ମାଡ କରିଥିଲେ । ଯାହାଫଳରେ ୨୦ ଲୋକଙ୍କ ମୃତ୍ୟୁ ହେବା ସହ ୨୮ ଆହତ ହୋଇଛନ୍ତି ।

Share