Posted inଜାତୀୟ

ୟୁକ୍ରେନ୍‌ ସଙ୍କଟ: କ’ଣ କରିବ ଭାରତ

ନୂଆଦିଲ୍ଲୀ, ୧୫ା୨: ୟୁକ୍ରେନ୍‌ ପ୍ରସଙ୍ଗରେ ରୁଷିଆକୁ ଘେରିବାକୁ ଉଦ୍ୟମ କରୁଛନ୍ତି ନାଟୋ ଦେଶ। ଆମେରିକା ଓ ପାଶ୍ଚାତ୍ୟ ଦେଶ ମସ୍କୋ ଉପରେ ଚାପ ପକାଇବାକୁ ସବୁ ପ୍ରକାର ଚେଷ୍ଟା ଚଳାଇଥିବାବେଳେ ରୁଷିଆ ନିଜ ଜିଦ୍‌ ଛାଡ଼ିବାକୁ ନାରାଜ। ବାରମ୍ବାର ଶାନ୍ତି ଉଦ୍ୟମ ବିଫଳ ହେଉଥିବାରୁ ଯୁଦ୍ଧ ଆଶଙ୍କା ଘନେଇଛି। ଏଥିଯୋଗୁ ଭାରତ ମଧ୍ୟ ପ୍ରଭାବିତ ହୋଇଛି। ଏହି ପ୍ରସଙ୍ଗରେ ଭାରତ କାହାକୁ ସମର୍ଥନ କରିବ ଏବଂ କାହା ବିରୋଧରେ ବାହାରିବ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ରୁଷିଆ ଭାରତର ଏକ ବନ୍ଧୁ ରାଷ୍ଟ୍ର। ଭାରତକୁ ୫୦ ପ୍ରତିଶତରୁ ଅଧିକ ପ୍ରତିରକ୍ଷା ସାମଗ୍ରୀ ରୁଷିଆ ଯୋଗାଉଛି। ସେପଟେ ବିବାଦରେ ରୁଷିଆକୁ ସମର୍ଥନ କରି ଆମେରିକା କିମ୍ବା ପାଶ୍ଚାତ୍ୟ ଦେଶ ସହ ସମ୍ପର୍କ ଖରାପ କରିବାକୁ ଚାହିଁବ ନାହିଁ ଭାରତ। ଜାନୁୟାରୀ ୩୧ରେ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ପ୍ରସଙ୍ଗରେ ଭାରତ ଭୋଟ ଦେବାରୁ ଦୂରେଇ ରହିଥିଲେ ହେଁ ସମ୍ପୂର୍ଣ୍ଣ ନୀରବ ରହିବା ମଧ୍ୟ ସମସ୍ୟାର ସମାଧାନ ନୁହେଁ। ତେଣୁ ଯୁଦ୍ଧ ସ୍ଥିତି ଏଡ଼ାଇବାକୁ ଭାରତକୁ ସତର୍କତାର ସହ କୌଣସି ମଧ୍ୟମ ପନ୍ଥା ଆପଣାଇବାକୁ ପଡ଼ିବ ବୋଲି କୂଟନୀତିଜ୍ଞଙ୍କ ମତ। ଅନ୍ୟପକ୍ଷରେ ପ୍ରାୟ ମାସେ ଧରି ୟୁକ୍ରେନ ସଙ୍କଟ ଉପରେ ଚୁପ୍‌ ବସିବା ପରେ ଗତ ସପ୍ତାହରେ ଭାରତ ଏ ନେଇ ପ୍ରତିକ୍ରିୟା ରଖିଛି। କୂଟନୈତିକ ଆଲୋଚନା ମାଧ୍ୟମରେ ୟୁକ୍ରେନ-ରୁଷିଆ ସମସ୍ୟାର ସମାଧାନ ହେବା ଜରୁରୀ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

ଚିନ୍ତାର ପ୍ରମୁଖ କାରଣ

ଏବଂ ୟୁରୋପୀୟ ମେଣ୍ଟ ରୁଷିଆ ବିରୋଧରେ ଯୁଦ୍ଧକୁ ଓହ୍ଲାଇଲେ କେବଳ ସମ୍ପୃକ୍ତ ଦେଶ ନୁହେଁ ସାରା ବିଶ୍ୱ ଏହାର ଭୟଙ୍କର ପରିଣାମ ଭୋଗିବ। ଆଉ ଏକ ବିଶ୍ୱ ଯୁଦ୍ଧ ଯୋଗୁ ସୁରକ୍ଷା ଏବଂ ଅର୍ଥନୀତି ବ୍ୟାପକ କ୍ଷତିଗ୍ରସ୍ତ ହେବ। ଭାରତ ମଧ୍ୟ ସେଥିରୁ ବାଦ୍‌ ପଡ଼ିପାରିବ ନାହିଁ। ତେଣୁ ଭାରତକୁ ମସ୍କୋ କିମ୍ବା ଓ୍ବାଶିଂଟନ୍‌ ମଧ୍ୟରୁ ଜଣକୁ ବାଛିବାକୁ ହେବ। ନଚେତ୍‌ ଉଭୟ ପକ୍ଷରୁ ଉପୁଜିବାକୁ ଥିବା ସମସ୍ୟାର ସାମ୍‌ନା କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ।

ଭାରତ ଏସ୍‌-୪୦୦ ମିଶାଇଲ ଡିଫେନ୍ସ ସିଷ୍ଟମ କ୍ରୟ ପ୍ରକ୍ରିୟା ଜାରି ଥିବାବେଳେ ଏ ନେଇ ଆମେରିକା କୌଣସି କଟକଣା ନ ଲଗାଉ ବୋଲି ନୂଆଦିଲ୍ଲୀ ଚାହୁଁଛି। ଯଦି ଭାରତ ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ରର ପକ୍ଷ ନ ନିଏ ତେବେ ମିଶାଇଲ ଡେଲିଭରି ଚୁକ୍ତି ପ୍ରଭାବିତ ହେବା ସହ ଆମେରିକା ଦ୍ୱାରା ଆର୍ଥତ୍କ ଓ ଅନ୍ୟାନ୍ୟ କଟକଣାର ସମ୍ମୁଖୀନ ହୋଇପାରେ।

ଦ୍ୱାରା ଭାରତ ଗମ୍ଭୀର ଭୂ-ରାଜନୈତିକ ଆହ୍ବାନର ସାମ୍‌ନା କରୁଥିବାବେଳେ ଆମେରିକା ଏ ପ୍ରସଙ୍ଗରେ ଚାଇନାକୁ ଟାର୍ଗେଟ କରୁଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଫୋକସ୍‌ ନିମନ୍ତେ ପ୍ରସ୍ତୁତ ରଣନୀତିରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା ସୃଷ୍ଟି କରୁଥିବା ଉତ୍ତେଜନାମୂଳକ ସ୍ଥିତିର ମୁକାବିଲା ପାଇଁ ଭାରତ ଆମେରିକାର ସହଯୋଗ ଲୋଡ଼ିପାରେ।
ପ୍ରସଙ୍ଗରେ ସମଗ୍ର ବିଶ୍ୱର ଦୃଷ୍ଟି ଏବେ ଚାଇନା ବଦଳରେ ରୁଷିଆ ଉପରେ କେନ୍ଦ୍ରୀଭୂତ ହୋଇଛି। ଏହାର ଫାଇଦା ନେଇ ବେଜିଂ ପକ୍ଷରୁ ଭାରତ ବିରୋଧରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେବାର ଆଶଙ୍କା ବଢ଼ିଛି। ୟୁକ୍ରେନ ପ୍ରସଙ୍ଗରେ ଆମେରିକା ଓ ପାଶ୍ଚାତ୍ୟ ଦେଶ ରୁଷିଆ ବିରୋଧରେ ଛିଡ଼ା ହୋଇଥିବାବେଳେ ମସ୍କୋ ଏବେ ଚାଇନାର ନିକଟତର ହୋଇଛି। ଏପରି ହେଲେ ସୁଯୋଗ ଦେଖି ଚାଇନା ସହ ମିଶି ପାକିସ୍ତାନ ମଧ୍ୟ ଭାରତ ବିରୋଧୀ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ହେଲେ ରୁଷିଆ ୟୁରୋପକୁ ଗ୍ୟାସ୍‌ ଓ ତୈଳ ଯୋଗାଣ ପାଇପ୍‌ ବନ୍ଦ କରିଦେଇପାରେ। ଏହା ଦ୍ୱାରା ସମଗ୍ର ବିଶ୍ୱରେ ଶକ୍ତି ସଙ୍କଟ ଉପୁଜିବ। ୟୁକ୍ରେନ ସୀମା ନିକଟରେ କେବଳ ଉତ୍ତେଜନା ଯୋଗୁ ମାତ୍ର ଗୋଟିଏ ମାସରେ ତୈଳ ଦର ୧୪ ପ୍ରତିଶତ ବଢ଼ିଛି। ଆଗାମୀ ଦିନରେ ତୈଳ ଦର ବ୍ୟାରେଲ ପିଛା ୯୦ ଡଲାରରୁ ୧୨୫ ଡଲାର ପର୍ଯ୍ୟନ୍ତ ପହଞ୍ଚିଯାଇପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଏହା ହେଲେ ଅର୍ଥନୀତି ପ୍ରଭାବିତ ହେବା ସହ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ଯଥେଷ୍ଟ ଆଶଙ୍କା ରହିଛି।
ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ମଧ୍ୟ ଢେର ଅଧିକ। ଉଭୟ ପକ୍ଷ ମଧ୍ୟରେ ୮ ବିଲିୟନ ଡଲାରର କାରବାର ହେଉଥିବାବେଳେ ୟୁକ୍ରେନ ସହ ଭାରତର କାରବାର ବର୍ଷକୁ ପ୍ରାୟ ୨.୭ ବିଲିୟନ ଡଲାର। ଆମେରିକାକୁ ସମର୍ଥନ ନ ଦେଲେ ୟୁକ୍ରେନରୁ ଭାରତ ଆସୁଥିବା ଖାଇବା ତେଲ ବନ୍ଦ ହୋଇଯିବ। ଏଥିଯୋଗୁ ରନ୍ଧା ତେଲ ଦର ମଧ୍ୟ ବଢ଼ିଯିବ।

୨୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ମେଡିକାଲ, ଇଞ୍ଜିନିୟରିଂ, ଆଇଟି ଛାତ୍ରୀଛାତ୍ର ହୋଇଥିବାବେଳେ ଅନେକେ ସେଠାରେ ରହି ଚାକିରି ଓ ବ୍ୟବସାୟ କରୁଛନ୍ତି। ଯୁଦ୍ଧ ହେଲେ ସେମାନଙ୍କ ସୁରକ୍ଷା ଚିନ୍ତା ମଧ୍ୟ ଭାରତ ସରକାରଙ୍କୁ ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri