Categories: ଜାତୀୟ

ୟୁକ୍ରେନ ସଙ୍କଟ: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୩: ୟୁକ୍ରେନରେ ଫଶିଥିବା ଛାତ୍ରୀଛାତ୍ର ଓ ସାଧାରଣ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତର ଉଦ୍ୟମ ଜାରି ରହିଛି। ଏହି ଅବସରରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିଥିଲେ। ସାମ୍ପ୍ରତିକ ପରିସ୍ଥିତି ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିେ। ଏହାପୂର୍ବରୁ, ସୋମବାର ୟୁକ୍ରେନ ସଙ୍କଟ ଉପରେ ଦ୍ୱିତୀୟ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୟୁକ୍ରେନରେ ଫସି ରହିଥିବା ସମସ୍ତ ଭାରତୀୟ ନିରାପଦରେ ରହିବା ପାଇଁ ଦିନରାତି କାର୍ଯ୍ୟ କରାଯାଉଛି।

Share