Categories: ଜାତୀୟ

ୟୁକ୍ରେନ ସଙ୍କଟ: ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୪।୩: ୟୁକ୍ରେନ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଭାରତୀୟ ଛାତ୍ରୀଛାତ୍ରଙ୍କୁ କିପରି ସୁରକ୍ଷିତ ଅଣାଯାଇ ପାରି ସେନେଇ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ୟୁକ୍ରେନ ଫେରନ୍ତା ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପଠାଇବା ପାଇଁ ଅପରେସନ ଗଙ୍ଗା ଜରିଆରେ ୪ କେନ୍ଦ୍ର ମନ୍ତ୍ରୀଙ୍କୁ ୪ଟି ଦେଶକୁ ପଠାଯାଇଛି। ସେମାନେ ସେଠାରେ ରହି ୟୁକ୍ରେନ ଫେରନ୍ତାଙ୍କୁ ବର୍ଡର କ୍ରସ କରାଇ ସ୍ବଦେଶ ଫେରାଉଛନ୍ତି। ଏହି ପରିପ୍ରେକ୍ଷୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋମାନିଆରେ, କିରନ ରିଜିଜୁ ସ୍ଲୋଭାକିଆରେ, ହରଦୀପ ସିଂ ପୁରୀ ହଙ୍ଗେରୀରେ ଓ ବିକେ ସିଂ ପୋଲାଣ୍ଡରେ ଅଛନ୍ତି। ଏହି ୪ ମନ୍ତ୍ରୀ ଏ ଯାବତ ୩,୫୦୦ ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ପଠାଇ ସାରିଛନ୍ତି।

Share