Categories: ଜାତୀୟ

ୟୁକ୍ରେନ ସଙ୍କଟ ମଧ୍ୟରେ ଚାଇନା-ରୁଷିଆ ରାଷ୍ଟ୍ରପତିଙ୍କ ସହ ବୈଠକ କରିିବେ ମୋଦି

ନୂଆଦିଲ୍ଲୀ,୨୮।୫: ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ବୃଦ୍ଧି ପାଇଥିବା ଅସ୍ଥିରତା ଓ ଲଦାଖ ସୀମାରେ ଚାଇନାର ପୁଣି ନୂଆ ଷଡ଼ଯନ୍ତ୍ର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଚାଇନା ଓ ରୁଷିଆର ରାଷ୍ଟ୍ରପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଆସନ୍ତା ମାସ ଜୁନ ୨୪ରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେବ। ଏହି ବ୍ରିକ୍ସ ସଂଗଠନରେ ବ୍ରାଜିଲ, ରୁଷିଆ, ଚାଇନା, ଭାରତ,ଏବଂ ଦକ୍ଷିଣ ଆଫ୍ରିକା ସାମିଲ ରହିଛି। ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେବ। ତଥାପି ସମଗ୍ର ବିଶ୍ୱର ଆଖି ଏହା ଉପରେ ରହିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରଥମ ଥର ପାଇଁ ବ୍ରିକ୍ସ ବୈଠକ ଯୋଗଦେବେ।

Share