ରୁଷିଆ-ୟୁକ୍ରେନ ଯୁଦ୍ଧ: ଦକ୍ଷିଣ-ପୂର୍ବର ୩ ଅଞ୍ଚଳକୁ ନିଜ ଅଧିନକୁ ନେଇଥିବା ଦାବି କଲା ୟୁକ୍ରେନ

କ୍ୱିଭ,୬ ।୯: ଦୀର୍ଘ ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏବେ ୟୁକ୍ରେନ ସେନା ରୁଷିଆ ସେନାଙ୍କ ଦ୍ୱାରା କବଜା କରାଯାଇଥିବା ୩ଟି ଅଞ୍ଚଳକୁ ପୁଣିଥରେ ନିଜ କବଜାକୁ ନେଇ ଆସିଥିବା ଦାବି କରିଛି । ଏଥିରେ ଦକ୍ଷିଣ ୟୁକ୍ରେନର ୨ଟି ଗାଁ ଓ ପୂର୍ବାଞ୍ଚଳର ଏକ ବସ୍ତିର ଏକ ତୃତିୟାଂଶ ଅଞ୍ଚଳକୁ ନିଜ କବଜାକୁ ଆଣିଥିବା ୟୁକ୍ରେନ୍ ଦାବି କରିଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି ଏହା ଘୋଷଣା କରିବା ସହ ୟୁକ୍ରେନ ସେନାଙ୍କ ମନୋବଳ ବୃଦ୍ଧି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ରୁଷିଆ ସେନାଙ୍କ ଦ୍ୱାରା କବଜା କରାଯାଇଥିବା ଅନ୍ୟ ଅଞ୍ଚଳକୁ ୟୁକ୍ରେନ ସେନା ଖୁବ୍ କମ୍ ଦିନ ମଧ୍ୟରେ ନିଜ ନିୟନ୍ତ୍ରଣକୁ ନେଇ ଆସିବେ ।
ୟୁକ୍ରେନ ସେନା ମୁଖ୍ୟ ସୋମବାର କହିଛନ୍ତି, ତାଙ୍କ ସେନା ଖେରସାନରେ ରୁଷିଆ ସେନାଙ୍କ ଅଧିନରେ ଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଗମନାଗମନକୁ ବନ୍ଦ କରି ଦେଇଛନ୍ତି । ଅନେକ ବାଧା ପରେ ବି ୟୁକ୍ରେନ ସେନା ରୁଷିଆ ସେନାଙ୍କୁ କଡା ଜବାବ ଦେଇଛି ବୋଲି ସେନା ମୁଖ୍ୟ କହିଛନ୍ତି ।
ୟୁକ୍ରେନ୍ ରାଷ୍ଟ୍ରପତି କାର୍ଯ୍ୟାଳୟର ଉପ ମୁଖ୍ୟ କାୟରୋ ତିମୋଶେଂକୋ କହିଛନ୍ତି, ୟୁକ୍ରେନ୍ ସେନା ପୂର୍ବରେ ଲିସିଚଂସ୍କ-ସିବର୍ସ ଅଞ୍ଚଳକୁ ରୁଷିଆ ସେନାଙ୍କ କବଳରୁ ମୁକ୍ତ କରି ଦେଇଛନ୍ତି । ଏହାସହ ଦକ୍ଷିଣରେ ବୈସୋକୋପିଲ୍ୟା ତଥା ଖେରସାନ ଅଞ୍ଚଳରେ ଏକ ଗାଁ ଉପରେ ପୁଣିଥରେ କବଜା କରି ନେଇଛନ୍ତି ।
ଏହି ଅଞ୍ଚଳ ଉପରେ ରୁଷିଆ ଓ ୟୁକ୍ରେନ ଉଭୟର ଫୋକସ ରହିଛି । କାରଣ ରାଜନୈତିକ ଦୃଷ୍ଟି କୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ଇତି ମଧ୍ୟରେ ଦିନିପ୍ରୋ ନଦୀ ଓ ଏହାର ଆଖପାଖ ଅଞ୍ଚଳରେ ଜବରଦସ୍ତ ସଂଘର୍ଷ ଜାରି ରହିଛି । ଏହି ନଦୀ ଖେରସାନ ଅଞ୍ଚଳକୁ ବିଭାଜିତ କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri