Categories: ଫୁରସତ

ମାତ୍ର ୩୫ ବର୍ଷ ବୟସରେ ଅଜା-ଆଈ ହେଲେ ଏହି ଦମ୍ପତି; ଅଜବ ମାମଲା ଜାଣିଲେ…

ଜେଜେ-ଜେଜେ ମା’ କିମ୍ବା ଅବା ଅଜା-ଆଈଙ୍କ କଥା ଉଠିଲେ ବୃଦ୍ଧ ଦମ୍ପତିଙ୍କ କଥା ମନକୁ ଆସେ। କାରଣ ବୃଦ୍ଧାବସ୍ଥାରେ ହିଁ ଜଣଙ୍କୁ ଏହି ପଦବୀ ମିଳିଥାଏ। ଏହା ଅନେକଙ୍କ ପାଇଁ ଖୁସିର ମୂହୁର୍ତ୍ତ ହୋଇଥାଏ। ହେଲେ ବ୍ରିଟେନ୍‌ରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଏଠାରେ ମାତ୍ର ୩୫ ବର୍ଷ ବୟସରେ ଜଣେ ଦମ୍ପତି ଅଜା-ଆଈ ହୋଇଛନ୍ତି। କାରଣଟି ହେଲା ନିକଟରେ ତାଙ୍କର ୧୭ ବର୍ଷର ଝିଅ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରିଟେନର ହାଲରେ ରହୁଥିବା ୩୫ ବର୍ଷୀୟ ରିଚାର୍ଡ ଏବଂ ୩୩ ବର୍ଷୀୟ ଜେନି ମେଡଲାମଙ୍କ ୧୭ ବର୍ଷର ଝିଅ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହାପରେ ଉଭୟ ଅଜା-ଆଈ ପାଲଟିଛନ୍ତି। ଶିଶୁ କନ୍ୟାର ନାମ ଇସଲା-ମେ ରଖାଯାଇଛି। ଇସଲାଙ୍କୁ ବୁଲାଇବାକୁ ନେଇ ଗଲେ ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। କେହି କେହି ଉଭୟ ରିଚାର୍ଡ-ଜେନିଙ୍କୁ ଶିଶୁଙ୍କ ମା’ବାପା ବୋଲି ଭାବୁଛନ୍ତି। ସେମାନଙ୍କୁ ସତ ଜଣାଇବା ପରେ ସମସ୍ତେ ଚମକି ପଡ଼ୁଛନ୍ତି।

ଜେନି କୁହନ୍ତି, ସେ ମଧ୍ୟ ୧୭ ବର୍ଷ ବୟସରେ ମା’ ହୋଇଥିଲେ। କମ୍‌ ବୟସରେ ମା’ ହେବାକୁ ସେ ଚ୍ୟାଲେଞ୍ଜ ମଧ୍ୟ କହିଛନ୍ତି। ଏଭଳି ସମୟରେ ସେ ନିଜ ଝିଅଙ୍କ ସହ ରହିବେ ବୋଲି ମଧ୍ୟ କହିଛନ୍ତି।

କୁହାଯାଉଛି, ଶିଶୁକନ୍ୟାଙ୍କ ମା’ ଚାର୍ମେନଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ ଏହି ଦମ୍ପତି। ଚାର୍ମେନ ଉଭୟଙ୍କୁ ପ୍ରେମିକଙ୍କ ସହ ସମ୍ପର୍କରେ ଥିବା ଏବଂ ମା’ ହେବାକୁ ଯାଉଥିବା କହିଥିଲେ। ଏହା ଜାଣିବା ପରେ ଉଭୟ ଝିଅଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଜୁନ୍‌ ୨୦୨୧ରେ ଚାର୍ମେନ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେ ସୁସ୍ଥ ଥିବା ବେଳେ ରିଚାର୍ଡ-ଜେନି ନିଜର ଅବେଳରେ ଦାମ୍ପତ୍ୟ ଭଳି ମୂହୁର୍ତ୍ତକୁ ଉପଭୋଗ କରୁଛନ୍ତି।

Share