୫୧ବର୍ଷରେ ୧୮୦ରୁ ଅଧିକ ପିଲାଙ୍କ ବାପା! ହେଲେ ମିଳୁନି ମନଲାଖି ପାର୍ଟନର

ମା’ ହେବା ଦୁନିଆର ସବୁଠାରୁ ସୁଖଦ ଅନୁଭବ, ଯାହାକୁ କେବଳ ଜଣେ ନାରୀ ହିଁ ଅନୁଭବ କରିପାରେ। ତଥାପି, କେତେକ କ୍ଷେତ୍ରରେ ମହିଳାମାନେ ଗର୍ଭଧାରଣ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ, ସେମାନେ ସ୍ପର୍ମ ଡୋନର କିମ୍ବା ଗର୍ଭଧାରଣର ଅନ୍ୟାନ୍ୟ ଚିକିତ୍ସା ପଦ୍ଧତିର ସାହାଯ୍ୟ ନିଅନ୍ତି। ତେବେ ସ୍ପର୍ମ ଡୋନର କେବଳ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହି ବ୍ୟବସାୟ ବୃଦ୍ଧି ପାଉଛ। ବର୍ତ୍ତମାନ ବ୍ରିଟେନର ଜଣେ ସ୍ପର୍ମ ଡୋନର ଚର୍ଚ୍ଚାରେ ଅଛନ୍ତି, ଯିଏ ପ୍ରାୟ ୨୦୦ ମହିଳାଙ୍କୁ ଗର୍ଭବତୀ କରିଛନ୍ତି। ସ୍ପର୍ମ ଡୋନେଟ କରି ଏହି ୨୦୦ମହିଳାଙ୍କୁ ମାତୃତ୍ୱ ଭୋଗିବାର ସୁଖଦ ଅନୁଭବ ପ୍ରଦାନ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏତେଜଣ ମହିଳାଙ୍କୁ ସାହାର୍ଯ୍ୟ କରୁଥିବା ବ୍ୟକ୍ତିଜଣକ ଏବେ ବି ସିଙ୍ଗଲ ଅଛନ୍ତି। ତାଙ୍କୁ ଏଯାଏଁ ତାଙ୍କ ମନପସନ୍ଦର ପାର୍ଟନର ମିଳି ନ ଥିବା ସେ ପ୍ରକାଶ କରିଛନ୍ତି।

ୟୁକେରେ ରହୁଥିବା ଏହି ୫୧ବର୍ଷୀୟ ସ୍ପର୍ମ ଡୋନର ‘ଜୋ’ ଭାବରେ ଜଣାଶୁଣା। ମହିଳାମାନଙ୍କୁ ଗର୍ଭଧାରଣ କରିବାରେ ସାହାଯ୍ୟ କରି ସେ ଏବେ ‘ଏଞ୍ଜଲ ଅଫ ଦ ନର୍ଥ’ ବା ‘ଉତ୍ତରର ଦୂତ’ ବୋଲି ଲୋକପ୍ରିୟ। ଏତେ ସାହାର୍ଯ୍ୟ କରି ମଧ୍ୟ ତାଙ୍କ ମନରେ ଗୋଟିଏ ଅବଶୋଷ ରହିଯାଇଛି। କାରଣ ସେ ଏଯାଏଁ ମନଲାଖି ପାର୍ଟନର ପାଇ ପାରି ନାହାନ୍ତି। ଏନେଇ ସେ କୁହନ୍ତି ଯେ, ମୁଁ ଜଣେ ସ୍ପର୍ମ ଡୋନର। ଏଥିପାଇଁ ମହିଳାମାନେ ଇର୍ଷାଳୁ ହୋଇ ପଡନ୍ତି। କାରଣ ଜଣେ ମହିଳା ଚାହାଁନ୍ତି ଯେ, ତାଙ୍କର ପ୍ରିୟ ପୁରୁଷ କେବଳ ନିଜ ପିଲାଙ୍କ ପ୍ରତି ଉତ୍ସର୍ଗୀକୃତ ହୁଅନ୍ତୁ, କିନ୍ତୁ ମୋର ତ ଅନେକ ଅଛି’।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଜୋ ଗତ ୧୩ବର୍ଷ ଧରି ସ୍ପର୍ମ ଡୋନର ଭାବରେ କାମ କରିଆସୁଛନ୍ତି। ତାଙ୍କର ଏବେ ୧୮୦ରୁ ଅଧିକ ସନ୍ତ୍‌ାନ ଅଛନ୍ତି। ସ୍ପର୍ମ ଡୋନେଟ ପାଇଁ ସେ ଆମେରିକାରୁ ଆର୍ଜେଣ୍ଟିନା ଏବଂ ସିଙ୍ଗାପୁର ପର୍ଯ୍ୟନ୍ତ ସବୁଆଡେ ଯାତ୍ରା କରନ୍ତି। ସେ କହିଛନ୍ତି , ମହିଳାମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରନ୍ତି। ସେ ସ୍ପର୍ମ ଡୋନେଟ କରିବା ପରେ ସେମାନେ AI (କୃତ୍ରିମ ପ୍ରଜନନ), PI (ଆଂଶିକ ପ୍ରଜନନ) କିମ୍ବା NI (ପ୍ରାକୃତିକ ପ୍ରଜନନ)କୁ ଦ୍ୱାରା ଗର୍ଭ ଧାରଣ କରନ୍ତି।

ଜୋ କହିଛନ୍ତି, ଏପରି ଅନେକ ମହିଳା ତାଙ୍କ ସ୍ପର୍ମରେ ଗର୍ଭବତୀ ହୋଇଛନ୍ତି, ଯାହାଙ୍କୁ ସେ କେବେ ଦେଖିନାହାଁନ୍ତି। ତେବେ, ଏସବୁ ମଧ୍ୟରେ ଜୋଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ତାଙ୍କୁ ଏଯାଏଁ ମନଲାଖି ଜୀବନ ସାଥୀ ମିଳି ପାରୁନାହିଁ। ସେ ଅନେକ ମହିଳାଙ୍କୁ ଡେଟ କରିଛନ୍ତି, କିନ୍ତୁ ତାଙ୍କର ମନଲାଖି ସାଥୀ ଖୋଜିବାରେ ସକ୍ଷମ ହୋଇ ନାହାଁନ୍ତି। ଏବେ ଯାଏଁ ବି ସେ ଖୋଜା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri