୫୧ବର୍ଷରେ ୧୮୦ରୁ ଅଧିକ ପିଲାଙ୍କ ବାପା! ହେଲେ ମିଳୁନି ମନଲାଖି ପାର୍ଟନର

ମା’ ହେବା ଦୁନିଆର ସବୁଠାରୁ ସୁଖଦ ଅନୁଭବ, ଯାହାକୁ କେବଳ ଜଣେ ନାରୀ ହିଁ ଅନୁଭବ କରିପାରେ। ତଥାପି, କେତେକ କ୍ଷେତ୍ରରେ ମହିଳାମାନେ ଗର୍ଭଧାରଣ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ, ସେମାନେ ସ୍ପର୍ମ ଡୋନର କିମ୍ବା ଗର୍ଭଧାରଣର ଅନ୍ୟାନ୍ୟ ଚିକିତ୍ସା ପଦ୍ଧତିର ସାହାଯ୍ୟ ନିଅନ୍ତି। ତେବେ ସ୍ପର୍ମ ଡୋନର କେବଳ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହି ବ୍ୟବସାୟ ବୃଦ୍ଧି ପାଉଛ। ବର୍ତ୍ତମାନ ବ୍ରିଟେନର ଜଣେ ସ୍ପର୍ମ ଡୋନର ଚର୍ଚ୍ଚାରେ ଅଛନ୍ତି, ଯିଏ ପ୍ରାୟ ୨୦୦ ମହିଳାଙ୍କୁ ଗର୍ଭବତୀ କରିଛନ୍ତି। ସ୍ପର୍ମ ଡୋନେଟ କରି ଏହି ୨୦୦ମହିଳାଙ୍କୁ ମାତୃତ୍ୱ ଭୋଗିବାର ସୁଖଦ ଅନୁଭବ ପ୍ରଦାନ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏତେଜଣ ମହିଳାଙ୍କୁ ସାହାର୍ଯ୍ୟ କରୁଥିବା ବ୍ୟକ୍ତିଜଣକ ଏବେ ବି ସିଙ୍ଗଲ ଅଛନ୍ତି। ତାଙ୍କୁ ଏଯାଏଁ ତାଙ୍କ ମନପସନ୍ଦର ପାର୍ଟନର ମିଳି ନ ଥିବା ସେ ପ୍ରକାଶ କରିଛନ୍ତି।

ୟୁକେରେ ରହୁଥିବା ଏହି ୫୧ବର୍ଷୀୟ ସ୍ପର୍ମ ଡୋନର ‘ଜୋ’ ଭାବରେ ଜଣାଶୁଣା। ମହିଳାମାନଙ୍କୁ ଗର୍ଭଧାରଣ କରିବାରେ ସାହାଯ୍ୟ କରି ସେ ଏବେ ‘ଏଞ୍ଜଲ ଅଫ ଦ ନର୍ଥ’ ବା ‘ଉତ୍ତରର ଦୂତ’ ବୋଲି ଲୋକପ୍ରିୟ। ଏତେ ସାହାର୍ଯ୍ୟ କରି ମଧ୍ୟ ତାଙ୍କ ମନରେ ଗୋଟିଏ ଅବଶୋଷ ରହିଯାଇଛି। କାରଣ ସେ ଏଯାଏଁ ମନଲାଖି ପାର୍ଟନର ପାଇ ପାରି ନାହାନ୍ତି। ଏନେଇ ସେ କୁହନ୍ତି ଯେ, ମୁଁ ଜଣେ ସ୍ପର୍ମ ଡୋନର। ଏଥିପାଇଁ ମହିଳାମାନେ ଇର୍ଷାଳୁ ହୋଇ ପଡନ୍ତି। କାରଣ ଜଣେ ମହିଳା ଚାହାଁନ୍ତି ଯେ, ତାଙ୍କର ପ୍ରିୟ ପୁରୁଷ କେବଳ ନିଜ ପିଲାଙ୍କ ପ୍ରତି ଉତ୍ସର୍ଗୀକୃତ ହୁଅନ୍ତୁ, କିନ୍ତୁ ମୋର ତ ଅନେକ ଅଛି’।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଜୋ ଗତ ୧୩ବର୍ଷ ଧରି ସ୍ପର୍ମ ଡୋନର ଭାବରେ କାମ କରିଆସୁଛନ୍ତି। ତାଙ୍କର ଏବେ ୧୮୦ରୁ ଅଧିକ ସନ୍ତ୍‌ାନ ଅଛନ୍ତି। ସ୍ପର୍ମ ଡୋନେଟ ପାଇଁ ସେ ଆମେରିକାରୁ ଆର୍ଜେଣ୍ଟିନା ଏବଂ ସିଙ୍ଗାପୁର ପର୍ଯ୍ୟନ୍ତ ସବୁଆଡେ ଯାତ୍ରା କରନ୍ତି। ସେ କହିଛନ୍ତି , ମହିଳାମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରନ୍ତି। ସେ ସ୍ପର୍ମ ଡୋନେଟ କରିବା ପରେ ସେମାନେ AI (କୃତ୍ରିମ ପ୍ରଜନନ), PI (ଆଂଶିକ ପ୍ରଜନନ) କିମ୍ବା NI (ପ୍ରାକୃତିକ ପ୍ରଜନନ)କୁ ଦ୍ୱାରା ଗର୍ଭ ଧାରଣ କରନ୍ତି।

ଜୋ କହିଛନ୍ତି, ଏପରି ଅନେକ ମହିଳା ତାଙ୍କ ସ୍ପର୍ମରେ ଗର୍ଭବତୀ ହୋଇଛନ୍ତି, ଯାହାଙ୍କୁ ସେ କେବେ ଦେଖିନାହାଁନ୍ତି। ତେବେ, ଏସବୁ ମଧ୍ୟରେ ଜୋଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ତାଙ୍କୁ ଏଯାଏଁ ମନଲାଖି ଜୀବନ ସାଥୀ ମିଳି ପାରୁନାହିଁ। ସେ ଅନେକ ମହିଳାଙ୍କୁ ଡେଟ କରିଛନ୍ତି, କିନ୍ତୁ ତାଙ୍କର ମନଲାଖି ସାଥୀ ଖୋଜିବାରେ ସକ୍ଷମ ହୋଇ ନାହାଁନ୍ତି। ଏବେ ଯାଏଁ ବି ସେ ଖୋଜା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri