Categories: ଜାତୀୟ

ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସାବରମତି ଆଶ୍ରମ ଗସ୍ତ କଲେ ବୋରିସ ଜନସନ

ଗାନ୍ଧିନଗର,୨୧ ।୪: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ଗୁଜରାଟରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ସେ ମହାତ୍ମାଗାନ୍ଧୀଙ୍କୁ ‘ଅସାଧାରଣ ବ୍ୟକ୍ତି’ ବୋଲିି କହିଛନ୍ତି । ସେ କହିଛନ୍ତି ବିଶ୍ୱକୁ ସୁନ୍ଦର କରିବା ଲାଗି ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାର ସିଦ୍ଧାନ୍ତ ଉପରେ ଗୁରୁତ୍ୱ ଦେଉଥିଲେ । ଗୁରୁବାର ଜନସନ ସାବରମତି ଆଶ୍ରମ ଗସ୍ତ କରିଛନ୍ତି । ତେବେ ସାବରମତି ଆଗ୍ରମ ଗସ୍ତ କରିବାରେ ବୋରିସ ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

ଜନସନ ଗାନ୍ଧୀ ଆଶ୍ରମର ଆଗନ୍ତୁକ ପୁସ୍ତକରେ ଲେଖିଛନ୍ତି, ଏହି ଅସାଧାରଣ ବ୍ୟକ୍ତିଙ୍କ ଆଶ୍ରମକୁ ଆସିବା ଓ ଏହା ବୁଝିବା, ଯେକି ବିଶ୍ୱକୁ ସୁନ୍ଦର କରିବାକୁ କେମିତି ସତ୍ୟ ଓ ଅହିଂସା ଭଳି ସରଳ ସିଦ୍ଧାନ୍ତ ଉପରେ ଜୋର ଦେଉଥିଲେ । ଏହା ମୋ ପାଇଁ ବଡ ସୌଭାଗ୍ୟ । ବ୍ରିଟେନ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି । ହେଲେ ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ବ୍ରିଟେନର ଶାସକଙ୍କଠାରୁ ଗାନ୍ଧୀଙ୍କ ପାଇଁ ମିଳିଥିବା ପ୍ରଶଂସା ଦୁର୍ଲଭ ।
ଏହି ଯାତ୍ରା ସମୟରେ ଜନସନ ‘ହୃଦୟ କୁଞ୍ଜ ଗସ୍ତ କରିଛନ୍ତି, ଯେଉଁଠି ମହାତ୍ମା ଗାନ୍ଧୀ ରହୁଥିଲେ । ଏହି ସମୟରେ ଜନସନ ଚରଖାରେ ସୂତା କାଟିବାକୁ ଚେଷ୍ଟା କରିଛନ୍ତି । ଏହାପରେ ଜନସନଙ୍କୁ ଚରଖାର ଏକ ପ୍ରତିକୃତି ଉପହାର ଦିଆଯାଇଛି । ଶୁକ୍ରବାର ଜନସନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍ କରିବେ ।

Share