ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧି

ଲଣ୍ଡନ,୭ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଜଣେ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ବି ବୋରିସ ଜନସନ ନିଜକୁ ଆଇସୋଲେଟ କରିବାକୁ ମନା କରିଦେଇଛନ୍ତି । ଜନସନଙ୍କ ଏହି ନିଷ୍ପତ୍ତି ପରେ ବିରୋଧି ଶନିବାର ହଙ୍ଗାମା କରିଛନ୍ତି । ଡାଉନିଂ ଷ୍ଟ୍ରିଟର ସୂଚନା ଅନୁଯାୟୀ, ବ୍ରିଟେନରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସହ ମିଶିଲେ ୧୦ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବା ଦରକାର । ଏହାପରେ ବି ପ୍ରଧାନମନ୍ତ୍ରୀ ଏହି ନିୟମକୁ ପାଳନ କରି ନାହାନ୍ତି । ସୂଚନାଯୋଗ୍ୟ, ଜନସନ ସ୍ୟୁଜରଲ୍ୟାଣ୍ଡ ଗସ୍ତ କରିବା ସମୟରେ ତାଙ୍କର ଜଣେ ସାଥି କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

Share