ଋଷି ସୁନକ ଲଢିବେ ପ୍ରଧାନମନ୍ତ୍ରୀ ନିର୍ବାଚନ, କହିଲେ ବ୍ରିଟେନ ଅର୍ଥନୀତିକୁ ସୁଧାରିବାକୁ ଚାହୁଛି

ଲଣ୍ଡନ,୨୩ ।୧୦: ବ୍ରିଟେନର କଞ୍ଜରଭେଟିଭ ପାର୍ଟିର ନେତା ଋଷି ସୁନକ ପୁଣିଥରେ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି ମୁଁ ବ୍ରିଟେନର ଅର୍ଥବ୍ୟବସ୍ଥାକୁ ସୁଧାରିବାକୁ ଚାହୁଁଛି । ଦଳକୁ ଏକାଠି କରିବାକୁ ଚାହୁଁଛି ଓ ଦେଶ ପାଇଁ କିଛି କରିବାକୁ ଚାହୁଁଛି, ସେଥିପାଇଁ ପ୍ରଧାନମନ୍ତ୍ରୀ ହେବାକୁ ନିର୍ବାଚନ ଲଢିବାକୁ ଚାହୁଛି ।
ଏକ ଟୁଇଟର ପୋଷ୍ଟ ମାଧ୍ୟମରେ ସୁନକ ଏହି କଥା କହିଛନ୍ତି । ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ଲିଜ ଟ୍ରସଙ୍କ ପରେ ସବୁଠାରୁ ଅଧିକ ଭୋଟ ପାଇ ଦୁଇ ନମ୍ବରରେ ଥିଲେ ସୁନକ । ଟ୍ୟାକ୍ସରେ ସୁଧାର ଆଣିବାର ପ୍ରତିଶୃତି ଦେଇ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ପଦ ହାତେଇଥିଲେ ହେଲେ ତାଙ୍କ ଆର୍ଥିକ ସୁଧାର ନିଷ୍ପତ୍ତି ଦେଶର ଅର୍ଥବ୍ୟବସ୍ଥାକୁ ବିଗାଡି ଦେଇଥିଲା । ଶେଷର ଏହାର ମୂଲ୍ୟ ଲିଜ ଟ୍ରସଙ୍କୁ ଦେବାକୁ ପଡିଥିଲା ଓ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରିପୋର୍ଟରେ ଦାବି କରାଯାଇଛି କି ଋଷି ସୁନକଙ୍କ ନାମକୁ ନେଇ ବ୍ରିଟେନରେ ବାଜି ଲାଗିଛି ।

Share