ଟାର୍ଗେଟରେ ବ୍ରିଟେନ୍‌

ଲଣ୍ଡନ, ୧୧ା୯: ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକା ଦେଖିଥିଲା ସବୁଠୁ ଘାତକ ଆତଙ୍କବାଦୀ ଆକ୍ରମଣ। ଅଲକାଏଦା ଆତଙ୍କବାଦୀ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଟୁଇନ୍‌ ଟାଓ୍ବାର ଓ ପେଣ୍ଟାଗନ୍‌ ବିଲ୍ଡିଂରେ ମାଡ଼ କରିଥିଲେ ଅପହୃତ ହେଲିକପ୍ଟର। ଧରାଶାୟୀ ହୋଇଥିଲା ବିଶାଳକାୟ ଅଟ୍ଟାଳିକା। ପ୍ରାଣ ହରାଇଥିଲେ ୩ ହଜାର, ଆହତ ହୋଇଥିଲେ ୨୫,୦୦୦ରୁ ଊର୍ଦ୍ଧ୍ୱ। ଏହି ସ୍ମୃତି ଆଜି ବି ବିଶ୍ୱମାନସରେ ସତେଜ ହୋଇରହିଥିବାବେଳେ ଆଫଗାନିସ୍ତାନରେ ସରକାର ଗଢ଼ିଛି ତାଲିବାନ୍‌। ବିଦ୍ରୂପ କଲାଭଳି ସେହି ୯/୧୧ରେ ତାଲିବାନ ସରକାର ଶପଥ ନେବ ବୋଲି ଘୋଷଣା କରିବା ପାଶ୍ଚାତ୍ୟ ଜଗତକୁ ଚ୍ୟାଲେଞ୍ଜ କଲା ଭଳି ସ୍ଥିତି ସୃଷ୍ଟି କରିଛି। ଗୋଟିଏ ଦେଶରେ କଠୋରପନ୍ଥୀଙ୍କ ସରକାର ସମଗ୍ର ବିଶ୍ୱ ପାଇଁ ବିପଦ। ଏହା ଆତଙ୍କବାଦୀଙ୍କ ମନୋବଳ ବଢ଼ାଇଛି। ଆମେରିକା ଭଳି ବ୍ରିଟେନ ମାଟିରେ ମଧ୍ୟ ଆତଙ୍କବାଦୀ ନରସଂହାର ରଚିପାରନ୍ତି ବୋଲି ଚେତାଇଛନ୍ତି ଏମ୍‌ଆଇ୫ ଗୋଇନ୍ଦା ମୁଖ୍ୟ କେନ୍‌ ମ୍ୟାକୁଲମ୍‌।
ଆଫଗାନିସ୍ତାନ ଦଖଲ ପରେ ସେଠାରେ ତାଲିବାନ୍‌ର ସରକାର ଗଠନ କଠୋରପନ୍ଥୀଙ୍କୁ ପ୍ରୋତ୍ସାହିତ କରିଛି। ଏଣିକି ଇସ୍‌ଲାମୀୟ ଆତଙ୍କବାଦୀ ଗୋଷ୍ଠୀ ଏବଂ ଅନ୍ୟ କଠୋରପନ୍ଥୀ ସଙ୍ଗଠନ ଆଫଗାନିସ୍ତାନ ମାଟିରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆକ୍ରମଣ ପାଇଁ ଯୋଜନା କରିପାରନ୍ତି। ଆମେରିକା ଭଳି ବ୍ରିଟେନରେ ମଧ୍ୟ ଆକ୍ରମଣ ହେବା ଯଥେଷ୍ଟ ଆଶଙ୍କା ରହିଛି ବୋଲି କହିଛନ୍ତି ବ୍ରିଟେନ ଏମ୍‌ଆଇ୫ ଗୋଇନ୍ଦା ମୁଖ୍ୟ କେନ୍‌ ମ୍ୟାକୁଲମ୍‌। ୯/୧୧ ଆକ୍ରମଣର ୨୦ ବର୍ଷ ପୂରଣ ଅବସରରେ ଏକ ସାକ୍ଷାତ୍‌କାରରେ ମ୍ୟାକୁଲମ୍‌ କହିଛନ୍ତି, କଠୋରପନ୍ଥୀ ଓ ଆତଙ୍କବାଦୀଙ୍କ ବିରୋଧରେ ସମଗ୍ର ବିଶ୍ୱ କ୍ରମାଗତ ଭାବେ ଲଢ଼େଇ ଜାରି ରଖିଛି। ଆଗକୁ ମଧ୍ୟ ମାନବିକତା ବିରୋଧୀ କାର୍ଯ୍ୟକଳାପ ରୋକିବା ଦିଗରେ ବ୍ରିଟେନ୍‌ ମିଳିତ ଭାବେ ପ୍ରୟାସ ଜାରି ରଖି। ପୂର୍ବାପେକ୍ଷା ଅଧିକ ସତର୍କ ରହି ଏଭଳି ଗୋଷ୍ଠୀ କବଳରୁ ମାନବ ସମାଜକୁ ମୁକ୍ତ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ୨୦୧୭ରେ ବ୍ରିଟେନ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା। ଜଣେ ଆତ୍ମଘାତୀ ମାଞ୍ଚେଷ୍ଟରରେ ଚାଲିଥିବା ଏକ କାର୍ଯ୍ୟକ୍ରମକୁ ଧସେଇ ପଶିବା ସହ ଲଣ୍ଡନରେ ଦୁଇଟି ବ୍ରିଜ୍‌କୁ ଟାର୍ଗେଟ କରିଥିଲେ। ସେବେଠାରୁ ୪ ବର୍ଷ ମଧ୍ୟରେ ବ୍ରିଟେନ୍‌ରେ ୩୧ ଥର ଆକ୍ରମଣ ଯୋଜନାକୁ ପୋଲିସ ଓ ଗୋଇନ୍ଦା ବିଭାଗ ବିଫଳ କରିଥିବା ମ୍ୟାକୁଲମ୍‌ କହିଛନ୍ତି। ଏପରିକି କରୋନା ଲକ୍‌ଡାଉନ୍‌ବେଳେ ମଧ୍ୟ ୬ ଆକ୍ରମଣ ଯୋଜନାକୁ ଶେଷ ମୁହୂର୍ତ୍ତରେ ପଣ୍ଡ କରାଯାଇଛି। ତାଲିବାନ୍‌ କ୍ଷମତାକୁ ଆସିବା ପରେ ସେହିଭଳି ଗୋଷ୍ଠୀ ଏବେ ପୁଣି ମାତିବେ ଏବଂ ଧନଜୀବନ ହାନି ହେବ। ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଭୂ-ସ୍ବର୍ଗ ପାଲଟିବ। ଆଗକୁ ପାଶ୍ଚାତ୍ୟରେ ମଧ୍ୟ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ରେ କାବୁଲ ଦଖଲ କରିବା ପରେ ଆଫଗାନିସ୍ତାନରେ ସରକାର ଗଢ଼ିଛି ତାଲିବାନ। ନୂଆ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ। ଆମେରିକା ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଦିବସ ପାଳନ ଦିନ ହିଁ ତାଲିବାନ୍‌ ଶପଥ ସମାରୋହ ଆୟୋଜନ କରିବ। ଆମେରିକା ନିଜ ରକ୍ତରଞ୍ଜିତ ଇତିହାସକୁ ମନେ ପକାଇବାକୁ ଯାଉଥିବାବେଳେ ତାଲିବାନ୍‌ ଏହି ଶକ୍ତିଶାଳୀ ରାଷ୍ଟ୍ରକୁ ବିଦ୍ରୂପ କରିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri