ଟାର୍ଗେଟରେ ବ୍ରିଟେନ୍‌

ଲଣ୍ଡନ, ୧୧ା୯: ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକା ଦେଖିଥିଲା ସବୁଠୁ ଘାତକ ଆତଙ୍କବାଦୀ ଆକ୍ରମଣ। ଅଲକାଏଦା ଆତଙ୍କବାଦୀ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଟୁଇନ୍‌ ଟାଓ୍ବାର ଓ ପେଣ୍ଟାଗନ୍‌ ବିଲ୍ଡିଂରେ ମାଡ଼ କରିଥିଲେ ଅପହୃତ ହେଲିକପ୍ଟର। ଧରାଶାୟୀ ହୋଇଥିଲା ବିଶାଳକାୟ ଅଟ୍ଟାଳିକା। ପ୍ରାଣ ହରାଇଥିଲେ ୩ ହଜାର, ଆହତ ହୋଇଥିଲେ ୨୫,୦୦୦ରୁ ଊର୍ଦ୍ଧ୍ୱ। ଏହି ସ୍ମୃତି ଆଜି ବି ବିଶ୍ୱମାନସରେ ସତେଜ ହୋଇରହିଥିବାବେଳେ ଆଫଗାନିସ୍ତାନରେ ସରକାର ଗଢ଼ିଛି ତାଲିବାନ୍‌। ବିଦ୍ରୂପ କଲାଭଳି ସେହି ୯/୧୧ରେ ତାଲିବାନ ସରକାର ଶପଥ ନେବ ବୋଲି ଘୋଷଣା କରିବା ପାଶ୍ଚାତ୍ୟ ଜଗତକୁ ଚ୍ୟାଲେଞ୍ଜ କଲା ଭଳି ସ୍ଥିତି ସୃଷ୍ଟି କରିଛି। ଗୋଟିଏ ଦେଶରେ କଠୋରପନ୍ଥୀଙ୍କ ସରକାର ସମଗ୍ର ବିଶ୍ୱ ପାଇଁ ବିପଦ। ଏହା ଆତଙ୍କବାଦୀଙ୍କ ମନୋବଳ ବଢ଼ାଇଛି। ଆମେରିକା ଭଳି ବ୍ରିଟେନ ମାଟିରେ ମଧ୍ୟ ଆତଙ୍କବାଦୀ ନରସଂହାର ରଚିପାରନ୍ତି ବୋଲି ଚେତାଇଛନ୍ତି ଏମ୍‌ଆଇ୫ ଗୋଇନ୍ଦା ମୁଖ୍ୟ କେନ୍‌ ମ୍ୟାକୁଲମ୍‌।
ଆଫଗାନିସ୍ତାନ ଦଖଲ ପରେ ସେଠାରେ ତାଲିବାନ୍‌ର ସରକାର ଗଠନ କଠୋରପନ୍ଥୀଙ୍କୁ ପ୍ରୋତ୍ସାହିତ କରିଛି। ଏଣିକି ଇସ୍‌ଲାମୀୟ ଆତଙ୍କବାଦୀ ଗୋଷ୍ଠୀ ଏବଂ ଅନ୍ୟ କଠୋରପନ୍ଥୀ ସଙ୍ଗଠନ ଆଫଗାନିସ୍ତାନ ମାଟିରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆକ୍ରମଣ ପାଇଁ ଯୋଜନା କରିପାରନ୍ତି। ଆମେରିକା ଭଳି ବ୍ରିଟେନରେ ମଧ୍ୟ ଆକ୍ରମଣ ହେବା ଯଥେଷ୍ଟ ଆଶଙ୍କା ରହିଛି ବୋଲି କହିଛନ୍ତି ବ୍ରିଟେନ ଏମ୍‌ଆଇ୫ ଗୋଇନ୍ଦା ମୁଖ୍ୟ କେନ୍‌ ମ୍ୟାକୁଲମ୍‌। ୯/୧୧ ଆକ୍ରମଣର ୨୦ ବର୍ଷ ପୂରଣ ଅବସରରେ ଏକ ସାକ୍ଷାତ୍‌କାରରେ ମ୍ୟାକୁଲମ୍‌ କହିଛନ୍ତି, କଠୋରପନ୍ଥୀ ଓ ଆତଙ୍କବାଦୀଙ୍କ ବିରୋଧରେ ସମଗ୍ର ବିଶ୍ୱ କ୍ରମାଗତ ଭାବେ ଲଢ଼େଇ ଜାରି ରଖିଛି। ଆଗକୁ ମଧ୍ୟ ମାନବିକତା ବିରୋଧୀ କାର୍ଯ୍ୟକଳାପ ରୋକିବା ଦିଗରେ ବ୍ରିଟେନ୍‌ ମିଳିତ ଭାବେ ପ୍ରୟାସ ଜାରି ରଖି। ପୂର୍ବାପେକ୍ଷା ଅଧିକ ସତର୍କ ରହି ଏଭଳି ଗୋଷ୍ଠୀ କବଳରୁ ମାନବ ସମାଜକୁ ମୁକ୍ତ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ୨୦୧୭ରେ ବ୍ରିଟେନ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା। ଜଣେ ଆତ୍ମଘାତୀ ମାଞ୍ଚେଷ୍ଟରରେ ଚାଲିଥିବା ଏକ କାର୍ଯ୍ୟକ୍ରମକୁ ଧସେଇ ପଶିବା ସହ ଲଣ୍ଡନରେ ଦୁଇଟି ବ୍ରିଜ୍‌କୁ ଟାର୍ଗେଟ କରିଥିଲେ। ସେବେଠାରୁ ୪ ବର୍ଷ ମଧ୍ୟରେ ବ୍ରିଟେନ୍‌ରେ ୩୧ ଥର ଆକ୍ରମଣ ଯୋଜନାକୁ ପୋଲିସ ଓ ଗୋଇନ୍ଦା ବିଭାଗ ବିଫଳ କରିଥିବା ମ୍ୟାକୁଲମ୍‌ କହିଛନ୍ତି। ଏପରିକି କରୋନା ଲକ୍‌ଡାଉନ୍‌ବେଳେ ମଧ୍ୟ ୬ ଆକ୍ରମଣ ଯୋଜନାକୁ ଶେଷ ମୁହୂର୍ତ୍ତରେ ପଣ୍ଡ କରାଯାଇଛି। ତାଲିବାନ୍‌ କ୍ଷମତାକୁ ଆସିବା ପରେ ସେହିଭଳି ଗୋଷ୍ଠୀ ଏବେ ପୁଣି ମାତିବେ ଏବଂ ଧନଜୀବନ ହାନି ହେବ। ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଭୂ-ସ୍ବର୍ଗ ପାଲଟିବ। ଆଗକୁ ପାଶ୍ଚାତ୍ୟରେ ମଧ୍ୟ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ରେ କାବୁଲ ଦଖଲ କରିବା ପରେ ଆଫଗାନିସ୍ତାନରେ ସରକାର ଗଢ଼ିଛି ତାଲିବାନ। ନୂଆ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ। ଆମେରିକା ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଦିବସ ପାଳନ ଦିନ ହିଁ ତାଲିବାନ୍‌ ଶପଥ ସମାରୋହ ଆୟୋଜନ କରିବ। ଆମେରିକା ନିଜ ରକ୍ତରଞ୍ଜିତ ଇତିହାସକୁ ମନେ ପକାଇବାକୁ ଯାଉଥିବାବେଳେ ତାଲିବାନ୍‌ ଏହି ଶକ୍ତିଶାଳୀ ରାଷ୍ଟ୍ରକୁ ବିଦ୍ରୂପ କରିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri