ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ବ୍ରିଟେନ-ଫ୍ରାନ୍ସ-ୟୁଏଇ…

ଜେନେଭା,୧୫।୧୨ : ବ୍ରିଟେନ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି। ମିଳିତ ଜାତିସଂଘର ବ୍ରିଟେନର ସ୍ଥାୟୀ ପ୍ରତିନିଧୀ ଡେମ ବାର୍ବାରା ଉଡୱାର୍ଡ କହିଛନ୍ତି ଯେ ବ୍ରିଟେନର ବୈଦେଶିକ ସଚିବ ଏହି ସପ୍ତାହରେ ସର୍ବସାଧାରଣରେ ଦୋହରାଇଥିବାରୁ ଆମେ ଭାରତ, ବ୍ରାଜିଲ, ଜର୍ମାନୀ ଏବଂ ଜାପାନ ପାଇଁ ୟୁଏନଏସସିର ନୂତନ ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରୁଛୁ। ସୂଚନାଯୋଗ୍ୟ, ଭାରତ ଚଳିତ ମାସରେ ୟୁଏନସିର ଅଧ୍ୟକ୍ଷତା କରୁଛି।

ଜାତିସଂଘରେ ଫ୍ରାନ୍ସର ସ୍ଥାୟୀ ପ୍ରତିନିଧୀ ରାଷ୍ଟ୍ରଦୂତ ନିକୋଲାସ ଡି ରିଭିଏରେ କହିଛନ୍ତି ଯେ ବିଶ୍ୱର ଉଦୀୟମାନ ନୂତନ ଶକ୍ତିକୁ ଦୃଷ୍ଟିରେ ରଖି ସୁରକ୍ଷା ପରିଷଦର ସମ୍ପ୍ରସାରଣକୁ ଆମେ ସମର୍ଥନ କରୁଛୁ। ସ୍ଥାୟୀ ସଦସ୍ୟତା ପାଇଁ ଭାରତ, ବ୍ରାଜିଲ, ଜର୍ମାନୀ ଏବଂ ଜାପାନର ପ୍ରାର୍ଥୀତାକୁ ଫ୍ରାନ୍ସ ସମର୍ଥନ କରେ। ସୁରକ୍ଷା ପରିଷଦରେ ଏକ ବିତର୍କ ସମୟରେ ୟୁଏଇ ମନ୍ତ୍ରୀ ନୌରା ବିଣ୍ଟ ମହମ୍ମଦ ଅଲ କାବି କହିଛନ୍ତି ଯେ ସୁରକ୍ଷା ପରିଷଦରେ ଅଷ୍ଟମ ସଫଳ କାର୍ଯ୍ୟକାଳ ପାଇଁ ଭାରତୀୟ ମିଶନକୁ ଅଭିନନ୍ଦନ। ୟୁଏନଏସସିର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରସ୍ତାବକୁ ୟୁଏଇ ସମର୍ଥନ କରୁଛି ବୋଲି ସେ କହିଛନ୍ତି।

Share