ନ୍ୟୁକ୍ଲିୟର ପ୍ଲାଣ୍ଟରେ ରୁଷିଆର କବ୍‌ଜା ପରେ ୟୁଏନ୍‌ ଡକାଇଲା ଜରୁରୀକାଳୀନ ବୈଠକ

ଲଣ୍ଡନ,୪।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ନବମ ଦିନରେ ପହଞ୍ଚିଛି। ବେଳକୁ ବେଳ ୨ଦେଶ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି। ଶୁକ୍ରବାର ୟୁକ୍ରେନର ଜପୋରିଝିଆ ନ୍ୟୁକ୍ଲିୟର ପ୍ଲାଣ୍ଟରେ ରୁଷିଆ ସୈନ୍ୟ ଆକ୍ରମଣ କରି କବଜା କରିନେଇଛନ୍ତି। ପ୍ଲାଣ୍ଟରେ ନିଆଁ ଲାଗିଥିବା ବେଳେ ଯଦି ଏହା ବିସ୍ଫୋରଣ ହୁଏ ତେବେ ଚେର୍ନୋବିଲ ଦୁର୍ଘଟଣାଠାରୁ ଏହା ୧୦ଗୁଣା ଅଧିକ କ୍ଷୟକ୍ଷତି ହେବ ବୋଲି କୁହାଯାଇଛି। ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଅନ୍ୟପଟେ ଆମେରିକାରୁ ୟୁରୋପ ପର୍ଯ୍ୟନ୍ତ ଏହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି। ଇତିମଧ୍ୟରେ ଏସଂକ୍ରାନ୍ତରେ ବ୍ରିଟେନ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ର ଜରୁରୀକାଳୀନ ବୈଠକ ଡକାଇଛି। ସୂଚନାଯୋଗ୍ୟ, ରୁଷିଆର ଆକ୍ରମଣରେ ପ୍ଲାଣ୍ଟର ୟୁନିଟ-୧ରେ ରିଆକ୍ଟର କମ୍ପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହାର ବିକିରଣ ସ୍ତର ସ୍ବାଭାବିକ ରହିଛି। ଏହା ବିପଦର ବିଷୟ ନୁହେଁ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏହାପୂର୍ବରୁ ୟୁକ୍ରେନର ବର୍ହିବ୍ୟାପାର ମନ୍ତ୍ରୀ ଡିିମିତ୍ରୋ କୁଲେବା ଟୁଇଟ କରି କହିଛନ୍ତି, ୟୁରୋପର ବୃହତ୍ତମ ଆଣବିକ ଶକ୍ତି ଉତ୍ପାଦନ କରୁଥିବା ଜପୋରିଝିଆ ପ୍ଲାଣ୍ଟ ଉପରେ ରୁଷିଆ କ୍ରମାଗତ ଭାବେ ଆକ୍ରମଣ କରୁଛି। ଯଦି ଏହାର ବିସ୍ଫୋରଣ ଘଟେ ତେବେ ଚେର୍ନୋବିଲ ଦୁର୍ଘଟଣାଠାରୁ ଏହା ୧୦ଗୁଣା ବଡ଼ ରହିବ ବୋଲି ଡିିମିତ୍ରୋ ମତ ପ୍ରକାଶ କରିଛନ୍ତି।

Share