Posted inଫୁରସତ

କରୋନା ଯୋଗୁ ଚାକିିରି ହରାଇଥିଲେ,ଏମିତି ହେଲେ ମାଲାମାଲ

କରୋନା ସମୟରେ ଅଧିକାଂଶ ଲୋକ ଚାକିରି ହରାଇ ଘରେ ବସିଛନ୍ତି। ଜଣେ ଦମ୍ପତି ଚାକିରି ହରାଇ ମଧ୍ୟ ମାଲାମାଲ୍‌ ହୋଇଛନ୍ତି। ବ୍ରିଟେନରେ ରହୁଥିବା ଶିବୁ ପଲ ଏବଂ ତାଙ୍କ ସ୍ତ୍ରୀ ଲିନନେଟ୍‌ ଜୋଶେଫ୍‌ ‘ବେଷ୍ଟ୍‌ ଅଫ୍‌ ଦ ବେଷ୍ଟ’ ଦ୍ୱାରା ଆୟୋଜିତ ଲାଇଫ୍‌ଷ୍ଟାଇଲ୍‌ ପ୍ରତିଯୋଗିତାର ବିଜେତା ହୋଇ ୧୮.୯୪ ଲକ୍ଷ ଟଙ୍କା ଜିତିଛନ୍ତି। କେରଳର କୋଟ୍ଟାୟମ ଜିଲାର ୩୧ ବର୍ଷୀୟ ଶିବୁ ବ୍ରିଟେନର ନଟିଂହମରେ ରୁହନ୍ତି। ସେ ଜଣେ ସାଉଣ୍ଡ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ତ୍ରୀ ଜଣେ ଷ୍ଟାଫ୍‌ ନର୍ସ। ଶିବୁ କରୋନା ଯୋଗୁ ଚାକିରି ହରାଇଛନ୍ତି। ଅନେକ ଇଣ୍ଟରଭ୍ୟୁ ଦେଉଥିଲେ ମଧ୍ୟ କେଉଁଠି ତାଙ୍କୁ ଚାକିରି ମିଳୁନାହିଁ। ଏହି ସମୟରେ ସେ ‘ବେଷ୍ଟ୍‌ ଅଫ୍‌ ଦ ବେଷ୍ଟ’ରେ ତିନିଟି ଟିକେଟ୍‌ କିଣିଥିଲେ। ଗତଥର ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ମଧ୍ୟ ଭୁଲବଶତଃ ସେଠାକୁ ଯିବାକୁ ଭୁଲିଯାଇଥିଲେ। ଏଥର କିନ୍ତୁ ପ୍ରତିଯୋଗିତାରେ ଭାଗ ନେଇ ଶିବୁ ବିଜେତା ହୋଇଥିଲେ। ଏହି ଟଙ୍କା ଜିତି ବେଶ୍‌ ଖୁସି ଅଛନ୍ତି ଶିବୁ। ସେ କହିଛନ୍ତି ଚାକିରି ଯିବା ସମୟ ଏହି ଟଙ୍କା କାମରେ ଆସିବ। ଏଥିରେ ନିଟଂହମରେ ଗୋଟିଏ ଯାଗା କିଣିବାର ସେ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri