Categories: ଫୁରସତ

ବିଶ୍ୱର ସବୁଠୁ ବଡ଼ ପାଦ ଥିବା ମହିଳା, ଜୋତା ନମ୍ବର ରହିଛି…

ଆମେରିକାର ଟେକ୍ସାସରେ ରହୁଥିବା ତାନିଆ ହରବର୍ଟ ନିଜ ବଡ଼ ପାଦ ପାଇଁ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ହରବର୍ଟଙ୍କ ଡାହାଣ ପାଦ ପ୍ରାୟ ୩୩.୧ ସେମି (୧୩.୦୩ ଇଞ୍ଚ) ଥିବାବେଳେ ତାଙ୍କ ବାମ ପାଦ ୩୨.୫ ସେମି (୧୨.୭୯ ଇଞ୍ଚ)। ତାନିଆ ହରବର୍ଟ ଜୋତା ୧୮ ନମ୍ବରର ଜୋତା ପିନ୍ଧନ୍ତି। ଏହା ବ୍ୟତୀତ ତାଙ୍କ ଉଚ୍ଚତା ପ୍ରାୟ ୬ ଫୁଟ ୯ ଇଞ୍ଚ।
ଜୋତା କିଣିବା ହରବର୍ଟଙ୍କ ପାଇଁ ସହଜ କାମ ନୁହେଁ। ୧୮ ନମ୍ବରର ଜୋତା ପାଇଁ ତାଙ୍କୁ ଅନେକ ଷ୍ଟୋର ବୁଲିବାକୁ ପଡେ। କିନ୍ତୁ ନିଜର ଅସାଧାରଣ ଶରୀର ପାଇଁ କେବେ ସେ ଚିନ୍ତିତ ନ ଥାନ୍ତି। ସାଧାରଣ ମହିଳା ଭାବେ ସେ ଜୀବନଯାପନ କରନ୍ତି।
ଏନେଇ ତାନିଆ କୁହନ୍ତି, ବଡ଼ ହେବା ପରେ ମୋର ମାତାପିତା ମୋତେ ଉତ୍ସାହିତ କରିଥିଲେ, ତେଣୁ ମୁଁ ଲମ୍ବା ହେବାକୁ ଏକ ଖରାପ ଜିନିଷ ଭାବରେ ଦେଖିଲି ନାହିଁ। ମହିଳାମାନେ ଅତିବେଶୀରେ ୧୨ କିମ୍ବା ୧୩ ନମ୍ବର ଜୋତା କିଣିବାକୁ ସଂଘର୍ଷ କରନ୍ତି। କିନ୍ତୁ ମୁଁ ସାଇଜ ୧୮ ଜୋତା ପିନ୍ଧିବାକୁ ଦେଇ ଆଦୌ ଚିନ୍ତିତ ନୁହେଁ। ଏହା ବଜାରରେ ମିଳିବା କଷ୍ଟ, କିନ୍ତୁ ବହୁତ ଖୋଜିବାକୁ ପଡେ। ମୁଁ ଚାହୁଁଛି କମ୍ପାନୀଗୁଡିକ ବଡ଼ ଆକାରର ଜୋତା ତିଆରି କରନ୍ତୁ।

Share