UIDAIର ବଡ଼ ନିଷ୍ପତ୍ତି: ଏମାନଙ୍କର ବନ୍ଦ କରାଯିବ ଆଧାରକାର୍ଡ

ନୂଆଦିଲ୍ଲୀ,୧୭।୭: ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଏପର୍ଯ୍ୟନ୍ତ ୧.୧୭କୋଟିରୁ ଅଧିକ ୧୨-ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ନିଷ୍କ୍ରିୟ କରିସାରିଛି। ଏହି ପଦକ୍ଷେପ ଏଥିପାଇଁ ନିଆଯାଇଛି ଯାହା ଦ୍ୱାରା ମୃତ୍ୟୁବରଣ କରିଥିବା ଲୋକଙ୍କ ଆଧାର ନମ୍ବରର ଅପବ୍ୟବହାର ହୋଇପାରିବ ନାହିଁ।

ଏହି ପଦକ୍ଷେପ ଅନ୍ତର୍ଗତ, UIDAI ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପଞ୍ଜିକୃତ ମୃତ୍ୟୁ ପାଇଁ myAadhaar ପୋର୍ଟାଲରେ ଏକ ନୂତନ ସେବା – ପରିବାର ସଦସ୍ୟଙ୍କ ମୃତ୍ୟୁ ରିପୋର୍ଟିଂ – ଆରମ୍ଭ କରିଛି। ଯାହା ଦ୍ୱାରା ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ, ବ୍ୟକ୍ତି ପୋର୍ଟାଲକୁ ଆସି UIDAIକୁ ଏହା ବିଷୟରେ ଜଣାଇପାରିବେ। ବୁଧବାର ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଆଧାର ଡାଟାବେସର ନିରନ୍ତର ସଠିକତା ବଜାୟ ରଖିବା ପାଇଁ, UIDAI ବିଭିନ୍ନ ଉତ୍ସରୁ ମୃତ୍ୟୁ ରେକର୍ଡ ପାଇବା ଏବଂ ଉପଯୁକ୍ତ ଯାଞ୍ଚ ପରେ ଆଧାର ନମ୍ବରକୁ ନିଷ୍କ୍ରିୟ କରିବା ପାଇଁ ସକ୍ରିୟ ଭାବରେ ଏହି ପଦକ୍ଷେପଗୁଡ଼ିକୁ ଗ୍ରହଣ କରୁଛି।

UIDAI କହିଛି , ଏହା ଆଧାର ନମ୍ବର ସହିତ ଜଡିତ ମୃତ୍ୟୁ ରେକର୍ଡଗୁଡ଼ିକୁ ଶେୟାର କରିବାକୁ ଭାରତର ରେଜିଷ୍ଟ୍ରାର ଜେନେରାଲ (RGI)ଙ୍କୁ ଅନୁରୋଧ କରିଛି ଏବଂ ସିଭିଲ ପଞ୍ଜିକରଣ ପ୍ରଣାଳୀ (CRS) ବ୍ୟବହାର କରି ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୧.୫୫ କୋଟି ମୃତ୍ୟୁ ରେକର୍ଡ ପାଇଛି। ସଠିକ ଯାଞ୍ଚ ପରେ, ପ୍ରାୟ ୧.୧୭ କୋଟି ଆଧାର ନମ୍ବରକୁ ନିଷ୍କ୍ରିୟ କରାଯାଇଛି। ପ୍ରାୟ ୬.୭ ଲକ୍ଷ ମୃତ୍ୟୁ ରେକର୍ଡ ଆଧାରରେ ନମ୍ବରକୁ ନିଷ୍କ୍ରିୟ କରିବାର କାମ ଏବେ ବି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri