ମାଉସୀ ଘରେ ରଶି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା

ମୋରଡ଼ା,୨୫ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ପାରିଆଉଡ଼ା ଗ୍ରାମରେ ଜଣେ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଲଦଡ଼ିହି ଗ୍ରାମର ଲାଲ ମୋହନ ମାର୍ଣ୍ଡିଙ୍କ ଝିଅ ସସ୍ମିତା। ସେ ନୂଆଗାଁସ୍ଥିତ ବାବା ଜଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ଛୋଟ ବେଳୁ ଶୀର୍ଷାପାଳସ୍ଥିତ ନିଜ ମାଉସୀ ଘରେ ରହି ଆସୁୁଥିଲେ। ସୋମବାର ପୂର୍ବାହ୍ନରେ ତାଙ୍କ ମୃତଦେହ ମାଉସୀ ଘର ନିକଟସ୍ଥ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛନ୍ତି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନି।