Categories: ଜାତୀୟ

ୟୁଜିସି ଆକାଉଣ୍ଟ୍‌ ହ୍ୟାକ୍‌, ୨ ଦିନରେ ୩ ସରକାରୀ ଆକାଉଣ୍ଟ୍‌ …

ନୂଆଦିଲ୍ଲୀ, ୧୦।୪ : ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କର ଅଫିସିଆଲ୍‌ ଟୁଇଟର ଆକାଉଣ୍ଟ୍‌ ରବିବାର ହ୍ୟାକ୍‌ କରାଯାଇଛି। ଗତ ୨ ଦିନ ମଧ୍ୟରେ ଏହାକୁ ମିଶାଇ ୩ ସରକାରୀ ଆକାଉଣ୍ଟ୍‌ ହ୍ୟାକର ମାନେ ହ୍ୟାକିଂ କରିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅକାଉଣ୍ଟ୍‌ ଏବଂ ଭାରତୀୟ ପାଣିପାଗ ବିଭାଗର ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇଥିଲା।

ୟୁଜିସିର ପ୍ରୋଫାଇଲ୍‌ ପିକଚର୍‌କୁ ହଟାଇ ହ୍ୟାକରମାନେ କାର୍ଟୁନ ପିକଚର ବ୍ୟବହାର କରିଛନ୍ତି। ଏହି ଆକାଉଣ୍ଟ୍‌ର ଫଲୋଅର୍ସଙ୍କ ସଂଖ୍ୟା ୨,୯୬,୦୦୦ ଥିବାବେଳେ ଏହା ୟୁଜିସି ଓ୍ବେବସାଇଟ୍‌ ସହିତ ମଧ୍ୟ ସଂଯୁକ୍ତ ହୋଇଛି।

Share