ଜୁଲାଇ ୩୧ ସୁଦ୍ଧା ୟୁଜି,ପିଜି ଶେଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୨।୩(ବ୍ୟୁରୋ): ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆସନ୍ତା ଜୁଲାଇ ୩୧ ସୁଦ୍ଧା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛିି । ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷକୁ ଚିଠି ଲେଖାଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ କମିଲାଣି । ତେଣୁ ଏକାଡେମିକ ଆକ୍ଟିଭିଟିକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ଚଳିତ ଶିକ୍ଷା ବର୍ଷ ୨୦୨୧-୨୨ ପାଇଁ ଆସନ୍ତା ଜୁଲାଇ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ହେବ। ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଅନ୍ୟ ପିଜି ଓ ୟୁଜି ସେମିଷ୍ଟାର ପରୀକ୍ଷା ଆସନ୍ତା ଶିକ୍ଷା ବର୍ଷଠାରୁ ଜୁନ ସୁଦ୍ଧା ଶେଷ କରି ଫଳ ପ୍ରକାଶ କରିବାକୁ କୁହାଯାଇଛି ।