ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ ପତ୍ନୀ କିରୁଥିଗା ଉଦୟନିଧିଙ୍କର ଯୁକ୍ତିତର୍କ ହୋଇଥିଲା। ସୋସିଆଲ ମିଡିଆରେ କିରୁଥିଗା ଉଦୟନିଧିଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଉଦୟନିଧିଙ୍କୁ ନେବା ପୂର୍ବରୁ ପୋଲିସ ସହ କଥାବାର୍ତ୍ତା କରୁଥିବା ଦେଖାଯାଉଛନ୍ତି।

ଭିଡିଓରେ ପୋଲିସ ଅଧିକାରୀମାନଙ୍କୁ ଘର ଭିତରେ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି। ଉଦୟନିଧିଙ୍କୁ ଗିରଫ ପୂର୍ବରୁ ସେମାନେ ତାଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିଲେ। ଭିଡିଓରେ ଜଣେ ପୋଲିସ ଅଧିକାରୀ କହୁଥିବା ଶୁଣିବାକୁ ମିଳୁଛି, “ଆମେ ବହୁ ସମୟ ଧରି ଅପେକ୍ଷା କରୁଛୁ। ମୁଁ ଏଠାରେ କୌଣସି ବେଆଇନ କାମ କରୁନାହିଁ।” ସେ ଆହୁରି କହିଛନ୍ତି ଯେ, ପୋଲିସ ଟିମ କେବଳ ନିଜର କର୍ତ୍ତବ୍ୟ ପାଳନ କରୁଛି। ଅଧିକାରୀମାନଙ୍କ କଥାର ଉତ୍ତରରେ କିରୁଥିଗା ଉଦୟନିଧି ସେମାନଙ୍କୁ କହିଥିଲେ ଯେ, ତାଙ୍କ ସ୍ବାମୀ ଏବେ ପ୍ରସ୍ତୁତ ହେଉଛନ୍ତି। ସେ କହିଥିଲେ, “ସେ ବାଥରୁମରେ ଅଛନ୍ତି। ଦୟାକରି ଆଉ ଟିକେ ସମୟ ଦିଅନ୍ତୁ।” ଉଦୟନିଧିଙ୍କୁ ଭେଟିବା ପୂର୍ବରୁ ଆଉ କିଛି ସମୟ ଅପେକ୍ଷା କରିବାକୁ ସେ ପୋଲିସକୁ ଅନୁରୋଧ କରିଥିଲେ।

 

Odisha’s No.1 Odia Daily

Share