Categories: ଜାତୀୟ

ସନାତନ ପରେ ଏବେ ହିନ୍ଦୀକୁ ନେଇ ଅମିତ ଶାହାଙ୍କ ଉପରେ ବର୍ଷିଲେ ଉଦୟନିଧି

ଚେନ୍ନାଇ,୧୪।୯: ତାମିଲନାଡୁର ସରକାରରେ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ବର୍ତ୍ତମାନ ସନାତନ ଧର୍ମ ପରେ ହିନ୍ଦୀକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଅମିତ ଶାହାଙ୍କୁ ହିନ୍ଦୀ ଲାଗୁ କରିଥିବା ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି କେବଳ ୪-୫ ରାଜ୍ୟରେ କଥିତ ଏହି ଭାଷା ଦେଶକୁ ଏକଜୁଟ କରେ ନାହିଁ।

କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ହିନ୍ଦୀ ଉପରେ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରି ଉଦୟନିଧି ଷ୍ଟାଲିନ ଗୁରୁବାର କହିଛନ୍ତି, କେବଳ ଚାରିରୁ ପାଞ୍ଚଟି ରାଜ୍ୟରେ କୁହାଯାଇଥିବା ହିନ୍ଦୀ ସମଗ୍ର ଭାରତୀୟ ସଂଘକୁ ଏକଜୁଟ କରିବା ଦାବି କରିବା ଅବୈଧ ଅଟେ।

14 ସେପ୍ଟେମ୍ବରରେ ହିନ୍ଦୀ ଦିବସ ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ଭାରତ ବିଭିନ୍ନ ଭାଷା ବିଶିଷ୍ଟ ଦେଶ। ହିନ୍ଦୀ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ ଭାଷାର ବିବିଧତାକୁ ଏକତ୍ର କରେ । ଶାହା କହିଛନ୍ତି, ହିନ୍ଦୀ ଅନ୍ୟ କୌଣସି ଭାରତୀୟ ଭାଷା ସହିତ କଦାପି ପ୍ରତିଦ୍ୱନ୍ଦ୍ୱିତା କରେ ନାହିଁ ଏବଂ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ । ସମସ୍ତ ସ୍ଥାନୀୟ ଭାଷାକୁ ସଶକ୍ତ କରିବା ପାଇଁ ହିନ୍ଦୀ ଏକ ମାଧ୍ୟମ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

Share