ପାଇଖାନା ସଫାରେ ଛାତ୍ରୀଛାତ୍ରଙ୍କୁ ନିୟୋଜନ ଅଭିଯୋଗ : ସେବାଶ୍ରମ ସ୍କୁଲ ଘେରିଲେ ଅଭିଭାବକ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲିସ୍ଥିତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପରିସରରେ ପାଇଖାନା ସଫା କରିବାରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ପାଇବା ପରେ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଶୁକ୍ରବାର ଉକ୍ତ ସେବାଶ୍ରମ ସ୍କୁଲକୁ ଘେରିବା ସହିତ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ସୂଚନା ଅନୁଯାୟୀ, ଉକ୍ତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ କିଛି ଛାତ୍ରୀଛାତ୍ରଙ୍କୁ ୧୦ଟଙ୍କା ଲେଖାଏ ଦେଇଥିଲେ ଏବଂ ସ୍କୁଲ ପରିସରରେ ରହିଥିବା ପାଇଖାନା ସଫା କରିବାକୁ କହିଥିଲେ। ଛାତ୍ରୀଛାତ୍ର ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ନିଜ ଅଭିଭାବକଙ୍କୁ କହିଥିଲେ। ଏହା ଜାଣିବା ପରେ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସେବାଶ୍ରମ ସ୍କୁଲକୁ ପହଞ୍ଚତ୍ ପ୍ରତିବାଦ କରିଥିଲେ ଏବଂ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରେ ଦାବି କରିଥିଲେ। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନମୋହିଲା କୁନି କୁନି ପିଲାଙ୍କ ନୃତ୍ୟ: ବିଧାୟକ କହିଲେ…

ଗଞ୍ଜାମ,୧୦।୧(ବିଦ୍ୟାଧର ସାହୁ):ଗଞ୍ଜାମ ସହରର ବହୁ ପୁରାତନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଷୋଡବିଂଶ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଛି। ଅତିଥି ଭାବେ ଛତ୍ରପୁର ନିର୍ବାଚନ...

ଗୋରୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…

ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ...

ମନ୍ଥର ଗତିରେ ଚାଲିଛି ଧାନ ସଂଗ୍ରହ

ଭବାନୀପାଟଣା, ୧୦।୧ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ମନ୍ଥର ଗତିରେ ଚାଲୁଥିବା ଦେଖିବାକୁ ମିଳିଛି। ଗତ ୫ ରୁ...

ବେଆଇନ ଚାଲିଥିଲା ବାଲିଚାଲାଣ: ୫ ଟ୍ରାକ୍ଟର ମାଡ଼ିବସିଲା….

ଲୋଇସିଂହା,୧୦ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ୍‌ ଅଧୀନ ସାନଫାସଡସ୍ଥିତ ଅଙ୍ଗନଦୀ ପଠାରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣରେ ନିୟୋଜିତ ୫ଟି...

ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ, ଅପରାହ୍ନ ୪ଟା ବେଳେ…

ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ବ୍ଲକ ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ। ନିଖୋଜ ୩ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ...

ଖାମେନେଇଙ୍କୁ ସିଧାସଳଖ ଚେତାବନୀ ଦେଲେ ଟ୍ରମ୍ପ, କହିଲେ ଏମିତି କଲେ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣାମ

ନୂଆଦିଲ୍ଲୀ,୧୦।୧: ଇରାନରେ ଦୁଇ ସପ୍ତାହ ଧରି ବିଶାଳ ପ୍ରତିବାଦ ପ୍ରଦର୍ଶନ ଚାଲିଛି। ମୁଦ୍ରାସ୍ଫୀତି ଏବଂ ଟଙ୍କାର ହ୍ରାସକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିବାଦଗୁଡ଼ିକ ଏବେ...

ହଜମହୋଇପାରୁ ନ ଥିବା ଦୁଃଖ

ବଦହଜମି ଗୋଟେ ବଡ଼ ସମସ୍ୟା। ଗ୍ୟାସ୍‌ଜନିତ କାରଣରୁ ଧୀରେ ଧୀରେ ଏଇ ରୋଗ ବୟସ ଅନୁପାତରେ ବଢ଼ିବଢ଼ିଚାଲେ। ମଣିଷକୁ କଲବଲକରେ। ଖାଇବାର ଲୋଭକୁ ରୋକିହୁଏନି କି...

ସ୍ତମ୍ଭ ଓ ସ୍ତମ୍ଭ ସାହିତ୍ୟ

ଖବରକାଗଜରେ କୌଣସି ଲେଖକର ଆଲେଖ୍ୟ ଯଦି ସ୍ତମ୍ଭ ରୂପରେ ମୁଦ୍ରିତ ହୋଇ ପ୍ରକାଶ ପାଏ ତାକୁ ସ୍ତମ୍ଭ କୁହାଯାଏ ଓ ସେହି ଲେଖକଙ୍କୁ ସ୍ତମ୍ଭକାର କୁହାଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri