ପାଇଖାନା ସଫାରେ ଛାତ୍ରୀଛାତ୍ରଙ୍କୁ ନିୟୋଜନ ଅଭିଯୋଗ : ସେବାଶ୍ରମ ସ୍କୁଲ ଘେରିଲେ ଅଭିଭାବକ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲିସ୍ଥିତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପରିସରରେ ପାଇଖାନା ସଫା କରିବାରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ପାଇବା ପରେ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଶୁକ୍ରବାର ଉକ୍ତ ସେବାଶ୍ରମ ସ୍କୁଲକୁ ଘେରିବା ସହିତ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ସୂଚନା ଅନୁଯାୟୀ, ଉକ୍ତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ କିଛି ଛାତ୍ରୀଛାତ୍ରଙ୍କୁ ୧୦ଟଙ୍କା ଲେଖାଏ ଦେଇଥିଲେ ଏବଂ ସ୍କୁଲ ପରିସରରେ ରହିଥିବା ପାଇଖାନା ସଫା କରିବାକୁ କହିଥିଲେ। ଛାତ୍ରୀଛାତ୍ର ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ନିଜ ଅଭିଭାବକଙ୍କୁ କହିଥିଲେ। ଏହା ଜାଣିବା ପରେ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସେବାଶ୍ରମ ସ୍କୁଲକୁ ପହଞ୍ଚତ୍ ପ୍ରତିବାଦ କରିଥିଲେ ଏବଂ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରେ ଦାବି କରିଥିଲେ। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

କେରଳ ଷ୍ଟୋରି ୨ ମୁକ୍ତିଲାଭ ପାଇଁ ହାଇକୋର୍ଟଙ୍କ ଅନୁମତି

କୋଚି,୨୮ା୨: ‘ଦି କେରଳ ଷ୍ଟୋରି ୨-ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗୁରୁବାର ୧୫ ଦିନ ପାଇଁ ସ୍ଥଗିତାଦେଶ ଲଗାଇଥିଲେ। ଶୁକ୍ରବାର…

ନବୀନ ଡାକିଥିଲେ ବୈଠକ: ସମସ୍ତେ ଆସିଲେନି…

ଭୁବନେଶ୍ୱର, ୨୮।୨(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନର ପ୍ରାର୍ଥୀ ଚୟନ ଏବଂ ୪ର୍ଥ ଆସନ ପାଇଁ ବିଜେଡି ଓ ଭାଜପାର ଆଭିମୁଖ୍ୟ କ’ଣ ହେବ ସେଥିପ୍ରତି ସମସ୍ତଙ୍କ…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

ତୁଟୁନି ଚାଷୀଙ୍କ ଦୁଃଖ, ବଢୁଛି ଅସନ୍ତୋଷ

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଚାଷୀଙ୍କ ସମସ୍ୟା ସମାଧାନ ହେବା ନାଁ ଧରୁନି। ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଚାଷୀଙ୍କ ଦୁଃଖ ବଢ଼ି ଚାଲିଛି। ଏହାକୁ ନେଇ…

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri