Categories: ଜାତୀୟ

ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କଲା ଉଦ୍ଧବ ଠାକରେଙ୍କ ଶିବସେନା

ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ ଶିବସେନା(ୟୁବିଟି) ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)ର ସମର୍ଥନ କରିପାରନ୍ତି। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ଔପଚାରିକ ଭାବେ ଯଦିଓ ଉଦ୍ଧବ ଠାକରେଙ୍କ ଦଳର କେହି ନେତା ୟୁନିଫର୍ମ ସିଭିଲ କୋର୍ଡ ଉପରେ କୌଣସି ଅଫିସିୟାଲ ବୟାନ ଦେଇ ନାହାନ୍ତି, ହେଲେ ବିଶେଷ ସୂତ୍ରର ସୂଚନାରୁ ଜଣାପଡିଛି କି ଯଦି ପାର୍ଲାମେଣ୍ଟରେ ବିଲ ଆଗତ ହୁଏ ତେବେ ତାକୁ ଉଦ୍ଧବ ଠାକରେଙ୍କ ଦଳ ସମର୍ଥନ ଦେବ।

ବାଲାସାହେବ ଠାକରେଙ୍କର ୩ଟି ମହତ୍ତ୍ୱପୂର୍ଣ୍ଣ ସ୍ବପ୍ନ ରହିଥିଲା। ଗୋଟିଏ ହେଉଛି ଅଯୋଧ୍ୟାରେ ରାମ ମନ୍ଦିର, କଶ୍ମୀରରେ ୩୭୦ର ଉଚ୍ଛେଦ ଓ ଦେଶରେ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବା। ଉଦ୍ଧବ ଠାକରେ ଗତ ୨୦ ଜୁନରେ ଏକ ପ୍ରେସ କନଫରେନ୍ସରେ ୟୁସିସିର ସମର୍ଥନ କରିବା କଥା କହିଥିଲେ ଏହାସହ ପ୍ରଶ୍ନ ବି ଉଠାଇଥିଲେ।

Share