Categories: ଜାତୀୟ

ଶାସନକାଳର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନତାଙ୍କୁ ଧନ୍ୟବାଦ ଦେଲେ ଠାକରେ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ର ସରକାରଙ୍କ ଶାସନକୁ ୨ ବର୍ଷ ପୂରଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ୨ ବର୍ଷ ମଧ୍ୟରେ ଅଧିକାଂଶ ଦିନ କରୋନା ମହାମାରୀ ମଧ୍ୟରେ କଟିଛି । ହେଲେ ମହାବିକାଶ ଅଘାଡି(ଏମ୍‌ବିଏ) ଏହି ବିପଦକୁ ଏକ ଅବସର ବୋଲି ଧରିନେଇ କାମ କରିଛି ଓ ସଫଳ ବି ହୋଇଛି । ଦୁଇବର୍ଷ କାଳ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଉଦ୍ଧବ ଠାକରେ(୬୧) କହିଛନ୍ତି ସରକାରଙ୍କ ସମସ୍ତ ପ୍ରୟାସକୁ ନେଇ ଜନତା ସେମାନଙ୍କୁ ସହଯୋଗ କରିଥିବାରୁ ସେ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଠାକେର କହିଛନ୍ତି ଏହା ଜନତାଙ୍କ ସରକାର । ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟଗତ କାରଣରୁ ସେ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Share