Categories: ଜାତୀୟ

ହନୁମାନ ଚାଳିଶା ବିବାଦକୁ ନେଇ ମୁହଁ ଖୋଲିଲେ ଉଦ୍ଧବ ଠାକରେ: କହିଲେ ଚଳିବ ନାହିଁ ଦାଦାଗିରି

ମୁମ୍ବାଇ,୨୫।୪: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଥମ ଥର ପାଇଁ ହନୁମାନ ଚଲିଶା ବିବାଦ ଉପରେ ମୁହଁ ଖୋଲିଛନ୍ତି। ଏଥିସହ ହନୁମାନ ଚଲିଶା ପଢ଼ିବା ନେଇ ମଧ୍ୟ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଉଦ୍ଧବ ଠାକରେ କହିଛନ୍ତି, ଶିବସେନାକୁ କେହି ହିନ୍ଦୁତ୍ୱର ପାଠ ନ ପଢ଼ାନ୍ତୁ। ଘଣ୍ଟି ବଜାଉଥିବା ହିନ୍ଦୁ ଆମକୁ ଦରକାର ନାହିଁ, କାରଣ ସେ ନିଜେ ଜଣେ ଗଦାଧାରି ହିନ୍ଦୁ ବୋଲି ଠାକରେ କହିଛନ୍ତି। ଏତଦ୍‌ ବ୍ୟତୀତ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ ପ୍ରସଙ୍ଗ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଠାକରେ ନିଜର ବୟାନ ରଖିଛନ୍ତି। ସେ କହିଛନ୍ତି, ଯଦି କେହି ମାତୋଶ୍ରୀ ଆସି ହନୁମାନ ଚାଳିଶା ପାଠ କରିବାକୁ ଚାହୁଁଛନ୍ତି ତେବେ ଘରକୁ ଶୈଳୀରେ ଆସନ୍ତୁ କିନ୍ତୁ ଦାଦାଗିରି ଚଳିବ ନାହିଁ। ଯଦି ଏଭଳି କରିବ ତେବେ ଦାଦାଗିରି କେମିତି ଭାଙ୍ଗିବାକୁ ହୁଏ ବାଲାସାହେବ ଭଲଭାବେ ଶିଖାଇଛନ୍ତି ବୋଲି ଉଦ୍ଧବ ଠାକରେ କହିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ମୁଁ ଶୀଘ୍ର ଏକ ରାଲି କରିବି ଏବଂ ସଭାରେ ସବୁକିଛି କହିବି। କିଛି ଲୋକଙ୍କ ପେଟରେ ଏସିଡିଟି ହୋଇଛି। ସେମାନଙ୍କର କୌଣସି କାମ ନାହିଁ। ବିନା କାମରେ ଡ୍ରମ ବଜାଇବା ସେମାନଙ୍କର ମୁଖ୍ୟ କାମ। ତେଣୁ ମୁଁ ସେମାନଙ୍କୁ ଗୁରୁତ୍ୱ ଦିଏ ନାହିଁ ବୋଲି ଉଦ୍ଧବ ଠାକରେ କହିଛନ୍ତି।

Share