Posted inଜାତୀୟ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପଛରେ ଭାଜପାର ହାତ: ଠାକରେ

ମୁମ୍ବାଇ,୨୫ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପରେ ଦଳକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶେଷ ପ୍ରୟାସ ଚଳାଇଛନ୍ତି । ଦଳର ଜିଲା ଓ ବିଭାଗ ମୁଖ୍ୟଙ୍କର ଶୁକ୍ରବାର ହୋଇଥିବା ବୈଠକରେ ଠାକରେ ସିନ୍ଦେ ଓ ତାଙ୍କ ସହ ଥିବା ଅସନ୍ତୁଷ୍ଟ ବିଧାୟକଙ୍କୁ ନଷ୍ଟ ହୋଇଯାଇଥିବା ଫୁଲ ଓ ଫଳ ବୋଲି କହିଛନ୍ତି । ସେ କହିଛନ୍ତି ଆପଣ ଫଳ ଫୁଲ ନେଇପାରନ୍ତି ହେଲେ ଯେପର୍ଯ୍ୟନ୍ତ ଚେର ମଜଭୁତ ରହିଛି ସେପର୍ଯ୍ୟନ୍ତ ମୋର ଚିନ୍ତା ନାହିଁ । ଠାକରେ ଅଭିଯୋଗ କରିଛନ୍ତି କି ଶିବସେନାରେ ଫାଟ ସୃଷ୍ଟି ହେବା ପଛରେ ଭାରତୀୟ ଜନତା ପାର୍ଟି(ଭାଜପା)ର ହାତ ରହିଛି । ବୈଠକରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ମାନି ନେଇଛନ୍ତି କି ବିଧାୟକଙ୍କ ସଂଖ୍ୟା ତାଙ୍କ ସପକ୍ଷରେ ନାହିଁ ।
ଏପଟେ ଅସନ୍ତୁଷ୍ଟ ଏକନାଥ ସିନ୍ଦେଙ୍କ ଶକ୍ତି ବି ବୃଦ୍ଧି ହେଉଥବା ଦେଖଯାଇଛି । ଶୁକ୍ରବାର ମୁମ୍ବାଇର ଚାନ୍ଦିବଲିର ବିଧାୟକ ଦିଲିପ ଲାଣ୍ଡେ ଗୁଆହାଟି ପହଞ୍ଚି ତାଙ୍କ ସହ ସାମିଲ ହୋଇଛନ୍ତି । ଏହାକୁ ନେଇ ଶିବସେନାର ଅସନ୍ତୁଷ୍ଟ ବିଧାୟକଙ୍କ ସଂଖ୍ୟା ମ୍ୟାଜିକ ନମ୍ବର ୩୭ ପାର କରି ୩୮ରେ ପହଞ୍ଚିଛି । ଏପଟେ ସିନ୍ଦେ ଦାବି କରିଛନ୍ତି କି ଶିବସେନାର ୫୫ରୁ ୪୦ ବିଧାୟକ ତାଙ୍କ ସହ ଗୁଆହାଟିରେ ଅଛନ୍ତି ।
ଅନ୍ୟପଟେ ଉଦ୍ଧବ ସିନ୍ଦେଙ୍କୁ ଟାର୍ଗେଟ କରି କହିଛନ୍ତି, ସିନ୍ଦେଙ୍କୁ ସହରି ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଥିଲା, ଯାହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବା କଥା । ସେ କହିଛନ୍ତି ଆମ ପାଖରେ କେହି ନାହିଁ, ହେଲେ ଆମକୁ ପୁଣିଥରେ ନୂଆ ଶିବସେନା ଗଠନ କରିବାକୁ ପଡିବ । ଉଦ୍ଧବ କହିଛନ୍ତି ସିନ୍ଦେଙ୍କ ପୁଅ ଏମପି, ହେଲେ ମୋ ପୁଅକୁ ନେଇ ଟିପ୍ପଣି କରାଯାଉଛି । କ’ଣ ମୋ ପୁଅ ରାଜନୈତିକ କ୍ୟାରିୟରରେ ଆଗକୁ ବଢିବା କଥା ନୁହେଁ ବୋଲି ଠାକରେ ପ୍ରଶ୍ନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri